October 11, 2025

Utkal Sambad

ନବ ବିଦ୍ୟାର୍ଥୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା “ସ୍ବୀକୃତି ଉତ୍ସବ ପାଳିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା କିଶୋର ପ୍ରସାଦ ଗ୍ରାମ ପଂଚାୟତ ରେ ଥିବା ଡ଼କ୍ଟର ରାମଚନ୍ଦ୍ର ସାମନ୍ତ ରାୟ ବିଜ୍ଞାନ ଓ ପ୍ରଯୁକ୍ତି ମହାବିଦ୍ୟାଳୟ ର ପରିସରରେ ବୁଧବାର ଦିନ ନବ ତରୁଣୀ ବିଦ୍ୟାର୍ଥୀ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସ୍ୱୀକୃତି ଉତ୍ସବ ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି, ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ପ୍ରଫେସର କରୁଣା କର ନନ୍ଦ, ମୁଖ୍ୟବକ୍ତା ଭାବେ ଡ଼କ୍ଟର ପବିତ୍ର କୁମାର ସୁବୁଦ୍ଧି, ସନମାନିତ ଅତିଥି ଭାବେ ଝାଡ଼େଶ୍ଵର ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କଲେଜ ଅଧକ୍ଷ ଡ଼କ୍ଟର ମଳୟ କୁମାର ପଣ୍ଡା, ଉପାଦକ୍ଷ ଉମାକାନ୍ତ ବେହେରା, ବରିଷ୍ଟ ନାଗରିକ ମଞ୍ଚର ସଭାପତି ଶ୍ରୀ ଗିରିଶ ଚନ୍ଦ୍ର ମିଶ୍ର, ଗଣିଆ ବ୍ଲକ ର ପୂର୍ବତନ ଚେୟାରମ୍ୟାନ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ, ସୂଚନା ଅନୁସାରେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ, ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ପୁଷ୍ପପୂଛ ସହିତ ଉତରି ଦେଇ ସମ୍ବର୍ଦ୍ଧନା କରିଥିଲେ, ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା, ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ ଓ ଶୃଙ୍ଖଳା ରକ୍ଷା କରିବା ସହିତ ବରିଷ୍ଠ ନାଗରିକ ମାନଙ୍କ ସହିତ ଅନ୍ୟ ମାନଙ୍କୁ ସନମାନ ଦେବାଓ ସଂସ୍କୃତି ପରମ୍ପରା ଉପରେ ଅନେକ ଉଦାହରଣ ଛାତ୍ରଛାତ୍ରୀ ମାନଙ୍କୁ ଦେଇଥିଲେ, ଅଧ୍ୟାପକ ଜିତେନ୍ କୁମାର ପାଣିଗ୍ରାହୀ ମଞ୍ଚ କୁ ପରିଚାଳନା କରିଥିବା ବେଳେ କଲେଜ ଅଧକ୍ଷ ଡ଼କ୍ଟର ମଳୟ କୁମାର ପଣ୍ଡା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ, ଏହି କାର୍ଯ୍ୟକ୍ରମ ରେ କଲେଜ ଅଧ୍ୟାପକ ଓ ଅଧ୍ୟାପିକା ସହିତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ I