ଭୁବନେଶ୍ୱର: ବିଜେପିର ମୁଖପାତ୍ର ଉର୍ମିଳା ମହାପାତ୍ର ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ବିଜେଡି ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମହିଳା ଭୋଟ୍ ବ୍ୟାଙ୍କ ଚିନ୍ତା ଘାରିଛି। କାଳେ ମହିଳାଙ୍କ ଭୋଟ୍ ବ୍ୟାଙ୍କ ଭାଙ୍ଗିଯିବ ସେନେଇ ନବୀନ ଭୟଭୀତ ହେଉଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ପାଇଁ ବିଜେପି ପ୍ରଚେଷ୍ଟାରେ ବିଜେଡି ସବୁବେଳେ ବାଧା ସୃଷ୍ଟି କରୁଛି ବୋଲି ଉର୍ମିଳା କହିଛନ୍ତି। ବିଜେଡି ସୁପ୍ରିମୋ ବିଜେପିକୁ କଡ଼ା ଟାର୍ଗେଟ୍ କରିଥିବା ବେଳେ ବିଜେପି ମଧ୍ୟ ଏହାର ପାଲଟା ଜବାବ ଦେଇଛି। ସୁଭଦ୍ରା ଯୋଜନା ହେଉ କି ୩୦୦ ୟୁନିଟ୍ ମାଗଣା ବିଜୁଳି, କେବଳ ମିଛ ହିଁ ଭାଜପାର ସାହାରା ସାଜିଛି। ୨ ବର୍ଷରେ ୫୦,୦୦୦ ଟଙ୍କା ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ୫ ବର୍ଷରେ ଦେବେ। ତା’ ପୁଣି ୬ ମାସରେ ମାତ୍ର ୫ ହଜାର ଟଙ୍କା। ସବୁ ମହିଳାଙ୍କୁ ଦେବେ ବୋଲି କହି ଏବେ କିଛି ମହିଳାଙ୍କୁ ଦେଉଛନ୍ତି।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ