ଭୁବନେଶ୍ୱର: ଯେମିତି ପାକିସ୍ତାନରୁ ଆରମ୍ଭ ହେଲା ସିନ୍ଦୁର ଅପରେସନ |ଠିକ ସେମିତି ଓଡ଼ିଶାରେ ଆରମ୍ଭ ହୋଇଛି ଅସ୍ମିତା ଅପରେସନ ଏହି ବହିରେ ଅସ୍ମିତା ସମ୍ବନ୍ଧରେ ଲେଖିଛି ବୋଲି କହିଛନ୍ତି ଛତିଶଗଡ଼ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଜୟଦେବ ଭବନଠାରେ ତାଙ୍କ ଲିଖିତ ଓଡ଼ିଆ ପୁସ୍ତକ ‘ଏ ମାଟିର ଡାକ’ ର ଇଂରାଜୀ ଅନୁବାଦ ପୁସ୍ତକ ‘ଦି କଲ ଅଫ ଦି ମଦରଲାଣ୍ଡ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଟିର ଡାକକୁ ନେଇ ଖୁବ ପ୍ରେରଣାଦାୟୀ ଉଦ୍ବୋଧନ ରଖିଥିଲେ । ତାଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କ ସମେତ ପ୍ରଫେସର ବିଜୟାନନ୍ଦ ସିଂ, ପ୍ରଫେସର ବିଜୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ପ୍ରେୟାରଣାଦାୟୀ ବକ୍ତବ୍ୟ ରଖିଥିଲେ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ନିଜ ଲିଖିତ ପୁସ୍ତକ ସମ୍ପର୍କରେ କହିବାକୁ ଯାଇ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ ଯେମିତି ଆଜି ଅପରେସନ ସିନ୍ଦୁର ହୋଇଛି ଠିକ ସେଭଳି ଓଡ଼ିଶାରେ ହୋଇଛି ଅପରେସନ ଅସ୍ମିତା । ଯେ ଶାସକ ସେ ଶାସନ ଡୋରୀରେ ନିଜ ଅତୀତର ଗର୍ବ ଗୌରବକୁ ସମ୍ମାନ କରିବ । କିନ୍ତୁ ଏଠି ରାଜକ ଭାବେ ଆସି ମୁଣୀ ସହି ପାରିଲେନି ତେଣୁ, ଆହ୍ୱାନ ଦେଲି ସମଗ୍ର ଜାତିକୁ । ବୀର ଖାରବେଳ ଓ ବକ୍ସି ଜଗବନ୍ଧୁର ଜାତି କେବେ ଜାଗ୍ରତ ହେବ ପ୍ରଶ୍ନ କରିଥିଲି ? କହିଥିଲି ସହିତ୍ୟକର ଧର୍ମ ହେଉଛି ସମାଜ ଯେବେ ଭୂଲୁଣ୍ଠିତ ହେବ ଓ ମାନବିକ ଅଧିକାର ଦଳିତ ହେବ ଆପଣ କଲମ ଉଠାଇବେ । ରାଜ୍ୟପାଳ ଥିବା ସତ୍ତ୍ୱେ ମୋ ମାତୃଭୂମି ଉପରେ କେହି ପଦଘାତ କରିବା ମୁଁ ସହି ପାରିବିନି ବୋଲି କହିଥିଲି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କହିଥିଲି ଶାସନ ଡୋରୀକୁ ଜଣେ ବାହାରଲୋକ ହାତରେ ଦେଇ ଶାସକ ତାଙ୍କ ନିବାସରେ ବସିଛନ୍ତି ।ଏହାଦ୍ୱାରା ଓଡ଼ିଆ ଜାତି ଅପମାନିତ ହୋଇଛି । ବାକି ଯାହା ହେଲା ଅପରେସନ ସିନ୍ଦୁର ଭଳି ଅପରେସନ ଅସ୍ମିତା ଆରମ୍ଭ ହୋଇଥିଲା । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଯେଉଁ ବାବୁ ମାନେ ଭକ୍ତଙ୍କୁ 5-6 ଘଣ୍ଟା ଧାଡିରେ ଠିଆ କରାଉ ଥିଲେ ସେ ବାବଦରେ ମଧ୍ୟ କହିଥିଲି ।ସେ ପଚାରିଥିଲେ ଏହା ଦ୍ୱାରା ରାଗ ଲାଗୁଛି କି? *ହୀନ ଭାବେ ବଞ୍ଚୁଥିବା ଓଡ଼ିଆ ଜାତି ପାଇଁ ପ୍ରଧାନମନ୍ତ୍ରୀ ବୁଲିକି ଯେଉଁ ଅସ୍ମିତାର ମାରଣାସ୍ତ୍ର ପ୍ରହାର କଲେ ସାରା ଓଡ଼ିଆ ଜାତି ଜାଗ୍ରତ ହୋଇଗଲା । ତାପରେ କଣ ହୋଇଛି ଆପଣ ସମସ୍ତେ ଜାଣନ୍ତି | ବୋଲି କହିଛନ୍ତି ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବହିରେ ଅନେକ କଥା ଉଲ୍ଲେଖ ରହିଛି । ମନ୍ତ୍ରୀ ଚାକର ଜନତା ନିରବଦ୍ରଷ୍ଟା ଓ ନିଷ୍ପ୍ରଭ ଗଣତନ୍ତ୍ର ସମ୍ବନ୍ଧରେ ବହିରେ ଲେଖିଛି । ମାଆ ମାଟି ପ୍ରତି ସମ୍ମାନ ଓ ଆବେଗକୁ କେହି କ୍ଷୁର୍ଣ୍ଣ କରନ୍ତୁ ନାହିଁ ।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା