ଗଣିଆ -(ମନୋରଞ୍ଜନ ମଳିକ )-ବର୍ତମାନ ରାଜ୍ୟ ସରକାର ଙ୍କ ତରଫରୁ ପରିବେଶ ସୁରକ୍ଷା କରିବା ଲାଗି ଜୁନ ମାସରେ ବିଶ୍ୱ ପରିବେଶ ଉପ ଲକ୍ଷେ ଗଛ ଲଗାଇବା ସହିତ ଲୋକ କୁ ଗଛ ଲଗାଇବା ପାଇ ସଚେତନତା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ପରିବେଶ ସୁରକ୍ଷା କରିବା କଥା କିନ୍ତୁ ନୟାଗଡ ଜ଼ିଲ୍ଲା ଗଣିଆ ଡାକ ବଙ୍ଗଳା ଆଗଛମା ଥିବା ଆମ୍ବ ଗଛ କୁ କେଉଁ ଦୁର୍ବୁତ୍ତ କରତ ରେ ଦିନ ବେଳେ କାଟି ଦେଇଛି ବୋଲି ଆପଣ ମାନେ ଏହି ଫଟୋ ଦେଖିଲେ ଜାଣିପାରିବେ, ଦୁର୍ବୁତ୍ତ ମାନେ ଦିନ ବେଳେ କଞ୍ଚା ଆମ୍ବ କାଟି ଥିବା ବେଳେ ଗଣିଆ ଫରେଷ୍ଟ ବିଭାଗ କର୍ମଚାରୀ ମାନେ ଚୁପୁ ହୋଇ ବସିଛି, ବର୍ତମାନ ଆମ୍ବ ଗଛ ଟି ଗଣିଆ ବଙ୍ଗଳା ଆଗରେ ପଡ଼ିରହିଛି, ଆମ ରିପୋଟର ସେହି ଠାରେ ଥିବା ଦୋକାନୀ ମାନଙ୍କୁ ପଚାରିଲେ କେଉଁ ବ୍ୟକ୍ତି ଗଛ କଟିଛି, କେହି କହିଲେ ନାହିଁ, ଆମ ଉତ୍କଳ ସମ୍ବାଦ ରେ ଖବର ପ୍ରସାରଣ କଲା ପରେ ଗଣିଆ ଫରେଷ୍ଟ ବିଭାଗ କଣ ପଦକ୍ଷେପ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା,
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ