March 18, 2026

Utkal Sambad

ଦଶପଲ୍ଲା ବିଜୁ ଜନତା ଦଳ ତରଫରୁ ପଦଯାତ୍ରା

ଗଣିଆ (ମନୋଜ ମଳିକ): ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍ ଓ ଏନ, ଏ, ସି, ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ଆରାଧ୍ୟ ଠାକୁର ମହାବୀର ମନ୍ଦିର ରୁ ବାହାରି ଦଶପଲ୍ଲା ବଜାର ପଦ ଯାତ୍ରା କରି ମେଳିଆ ତୋଟା ରେ ପହଞ୍ଚି ଥିଲେ, ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର କର୍ମକର୍ତ୍ତା , ଶୁଭେଚ୍ଛୁ, ସମର୍ଥକ, ମାନକ ସହିତ ଜନସାଧାରଣ ମାନେ ଉପସ୍ଥିତ ଥିଲେ, ଏହି ପଦଯାତ୍ରାରେ ଦଶପଲ୍ଲା ବିଧାୟକ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଯୋଗଦାନ କରିଥିଲେ, ବିଜେପି ସରକାର ଦେଇ ଥିବା ପ୍ରତିଶ୍ରୁତି ପାଳନ କରୁନଥିବା ଲୋକ୍ ମାନକୁ ସଚେତନ କରାଇବା ସହିତ ଜନସାଧାରଣ ମାନକୁ ବୁଝାଇ ଥିଲେ ବିଧାୟକ ମହୋଦୟ, ସର୍ବ ଶେଷରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ସମସ୍ତିକୁ ଧନ୍ୟ ବାଦ ଜଣାଇଛନ୍ତି |