October 11, 2025

Utkal Sambad

ଦଶପଲ୍ଲାରେ ସି୩ ଦ୍ଵାରା ନେତୃତ୍ଵ ବିକାଶ ପ୍ରଶିକ୍ଷଣ ଶିବିର

ଦଶପଲ୍ଲା -(ମନୋରଞ୍ଜନ ମଳିକ )-ସେଣ୍ଟର ଫର କଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ଅର୍ଣ୍ଣପୂର୍ଣା ଲଜ୍ ଏବଂ ମଣ୍ଡପ ଠାରେ ୨୬ ଜଣ କିଶ୍ଵରୀ ବାଳିକା ବାଳକ ଙ୍କୁ ନେଇ ନେତୃତ୍ଵ ଓ କୌଶଳ ବିକାଶ ନିମନ୍ତେ ଜୁଲାଇ ତା ୧୬ରିଖ ଠାରୁ ୧୮ ରିଖ  ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ବର୍ଗରେ ଦଶପଲ୍ଲା ଅଞ୍ଚଳର ୧୦ ଟି ପଞ୍ଚାୟତ ରୁ ୨୩ ଜଣ କିଶୋରୀ ବାଳିକା ଓ ୩ ଜଣ କିଶୋର ବାଳକ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଭକ୍ତି ବିନୋଦ ସଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ସାହୁ,ବ୍ଲକ୍ ସମାଜ ସୁରକ୍ଷା ଅଧିକାରୀ, ସତ୍ୟ ରଞ୍ଜନ ଦାସ, ସୁରକ୍ଷା ଅଧିକାରୀ ଓ ସଂଯୁକ୍ତା ସାମଲ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଯୋଗଦେଇ ପିଲାଙ୍କୁ ଜୀବନ ଚର୍ଯ୍ୟା,ନିଜର ସମାଜ ପ୍ରତି କର୍ତ୍ତବ୍ୟ, ସଚେତନତା ର ମାର୍ଗ, ଶିକ୍ଷା ର ମହତ୍ତ୍ଵ, ମାଆ ଓ ବାପା ଙ୍କ ଦାୟିତ୍ଵ, ବାଲ୍ୟ ବିବାହ ରୋକିବାରେ ନିଜର ଭୂମିକା ଭଳି ଅନେକ ଗୁରୁତ୍ତ୍ୱପୂର୍ଣ ବାର୍ତ୍ତା ପ୍ରଦାନ କରିଥିଲେ।ଏହି ବର୍ଗ ସମ୍ପୂର୍ଣ ତିନି ଦିନ ଧରି ଚାଲିଥିବା ବେଳେ ବର୍ଗକୁ ସି୩ ସଂସ୍ଥା ର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜୋକ ଶ୍ରୀଯୁକ୍ତ ହିମାଂଶୁ ସିଂ ଙ୍କ ସହିତ ସି ୩ ନୟାଗଡ଼ ଜିଲ୍ଲା ସଂଯୋଜକ ସୁକେଶ ମିର୍ଦ୍ଧା ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ପ୍ରଥମେ ସମସ୍ତେ ନିଜ ନିଜର ପରିଚୟ ଦେବା ପରେ ଖେଳ ମଧ୍ୟମରେ   ଯୋଗାଯୋଗ,ଏକତା,ଦଳଗତ କାର୍ଯ୍ୟ,ସୁସମ୍ପର୍କ ସ୍ଥାପନ ,ସହଯୋଗ,କର୍ତ୍ତବ୍ୟ, ନେତୃତ୍ଵ, ପରୋପକାର ଭଳି କାର୍ଯ୍ୟ  ଶିଖାଇବା ସହିତ ନୂଆଗାଁ ବ୍ଲକ ସଂଯୋଜିକ ସୌଜନ୍ୟା ନାୟକ ଏବଂ ଗଣିଆ ବ୍ଲକ୍ ସଂଯୋଜିକା ସ୍ଵାତୀରେଖା ଦାସ,ବାଲ୍ୟବିବାହ ର କୁ ପରିଣାମ, ମହାପୁରୁଷ ଙ୍କ ଜୀବନୀ, ଆଇନ ଶୃଙ୍ଖଳା, ସମସ୍ତଙ୍କୁ ସମ୍ମାନ ଦେବା,ଅନ୍ୟାୟ ର ପ୍ରଦିବାଦ ଭଳି ଗୁରୁ୍ତ୍ୱପୂର୍ଣ୍ଣ କଥା ଶିଖାଇଥିଲେ । ପ୍ରତେକ ଦିନ ଯୋଗ କରି ନିଜେ ସୁସ୍ଥ ହେବା ସହିତ ନିଜ ଅଞ୍ଚଳ ରେ ଥିବା ଲୋକଙ୍କୁ ସୁସ୍ଥ ରହିବାରେ ଭୂମିକା ଗ୍ରହଣ କରି ସହଯୋଗ କରିବାର ଆଶା ରଖି ଯୋଗ ଶିଖାଯାଇଥିଲା। ଏହି କାର୍ଯ୍ୟକର୍ମ ଟିକୁ C3 ସଂସ୍ଥା ର ଦଶପଲ୍ଲା ବ୍ଲକ ସଂଯୋଜକ ଦାୟିତ୍ଵ ରେ ଥିବା ଶ୍ରୀ ସୁଭାଶିଷ ମିଶ୍ର ଆୟାଜନ କରିଥିବା ବେଳେ  କାର୍ଯ୍ୟକ୍ରମ ଟିକୁ ଦାୟିତ୍ଵ ସହକାରେ ମଧ୍ୟ ସମ୍ପାଦନା କରିଥିଲେ।