ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ପାଟଣା ସାହି (ଜଗନ୍ନାଥ ମନ୍ଦିର )ଠାରେ ଥିବା ତ୍ରିନାଥ ମନ୍ଦିର ରେ ରବିବାର ଦିନ ୩୪ତମ ବାର୍ଷିକ ଉତ୍ସବ ଧୂମୁଧାମରେ ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି,ସକାଳୁ ସକାଳୁ ତ୍ରିନାଥ ଠାକୁର ଙ୍କୁ ପୂଜପାଠ ପରେ ନୀତି କାନ୍ତି କରାଯାଇ ନୂତନ ବସ୍ତ୍ର ପରିଧାନ କରାଇ ଥିଲେ, ହୋମଯଜ୍ଞ କାର୍ଯ୍ୟ ସମାପନ ପରେ ମହିଳା ସଂକ୍ରିତନ ଏବଂ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା, ଏହି କାର୍ଯ୍ୟକ୍ରମ ରେ ଏକ ହଜାର ରୁ ଉର୍ଦ୍ଧ ଭକ୍ତ ମାନେ ଉପସ୍ଥିତ ଥିଲେ, ପ୍ରସାଦ ବ୍ୟବସ୍ଥା କରାଯାଇଥିଲା, ପାଟଣା ସାହି ର ମନୋଜ କୁମାର ବେହେରା ନିଜ ଉଦ୍ୟମ ରେ ଏହି ମନ୍ଦିର ପ୍ରତିଷ୍ଠା କରିବା ସହିତ ପ୍ରତେକ ବର୍ଷ ତ୍ରିନାଥ ଠାକୁର ଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳନ କରୁଛନ୍ତି, ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ|
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା