ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଥାନା ପରିସରରେ ଥିବା ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ରବିବାର ଦିନ ଧୂମୁ ଧାମ ରେ ପାଳିତ ହୋଇଯାଇଛି,ସୂଚନା ଅନୁସାରେ ଶନିବାର ଦିନ ଅଙ୍କୁର ରୋପଣ, ଅଧିବେସ, ଗର୍ଭଧାନ କାର୍ଯ୍ୟକ୍ରମ ସମ୍ପର୍ନ ହୋଇ ଥିବା ବେଳେ ରବିବାର ଦିନ ନୂତନ ବିଗ୍ରହ ପ୍ରତିଷ୍ଠା ହୋମ ଯଜ୍ଞ ଓ ପୁରାତନ ବିଗ୍ରହ ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ମାତୃ ମଣ୍ଡଳୀ ସଂକ୍ରିତନ ମଣ୍ଡଳୀ ତରଫରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, କର୍ତା ଭାବେ ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନ ଉପସ୍ଥିତ ଥିବା ବେଳେ ପୂଜକ ଭାବେ ବିଶେଶ୍ଵର ମିଶ୍ର ପୂଜାଚର୍ଣ୍ଣା କରିଥିଲେ, ଏସଆଇ ଶ୍ୟାମ ସୁନ୍ଦର ପ୍ରଧାନ, ମନୋରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ,ସମସ୍ତ ଭକ୍ତ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା,

More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ