March 18, 2026

Utkal Sambad

ତୃତୀୟ ଦିନ ରେ ପଖାଳ ଖାଇ ଆନ୍ଦୋଳନ କଲେ ଗଣିଆ ଡ୍ରାଇଭର ମହାସଂଘ

ଗଣିଆ -(ମନୋରଞ୍ଜନ ମଳିକ )-7ଦଫା ଦାବୀ ପୂରଣ ନେଇ ଓଡିଶା ଡ୍ରାଇଭରମହାସଂଘ ର ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗି ଛାଡ଼ ଧର୍ମଘଟ ଚାଲୁ ରହିଥିବା ବେଳେ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ପଖାଳ ଭାତ ଖାଇ ଆନ୍ଦୋଳନ ଜାରୀ ରଖିଛନ୍ତି, ଏହି ଆନ୍ଦୋଳନ ରେ ଗଣିଆ ବ୍ଲକ ଡ୍ରାଇ ଭର ମହାସଂଘ ସଭାପତି ବିଭୁତି ପ୍ରସାଦ ସାମଲ ଙ୍କ ନେତୃତ୍ୱ ରେ ଉପଦେଷ୍ଟା ସଦାନନ୍ଦ ନାୟକ, ଉପସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ସମ୍ପାଦକ ପିତାମ୍ବର ନାୟକ, ସହସମ୍ପାଦକ ମତୀନ୍ଦ୍ର ସାହୁ,କୋଷାଧକ୍ଷ ପରମାନନ୍ଦ ନାୟକ, ସଂଗଠନ ସମ୍ପାଦକ ଶରତ କୁମାର ନାୟକ ଙ୍କ ସହିତ ଗଣିଆ ବ୍ଲକର ସମସ୍ତ ଡ୍ରାଇଭରଏକତ୍ରିତ ହୋଇ ଚଉବଙ୍ଗ ଛକ ଠାରେ ଥିବା ନୂତନ ବସ୍ ଷ୍ଟାଣ୍ଡ ଠାରେ ଶାନ୍ତିପୂର୍ଣ ଭାବରେ ଷ୍ଟିଅରିଙ୍ଗିଛାଡ଼ ଧର୍ମଘଟ ରେ ବସିଛନ୍ତି, ସେମାନଙ୍କର ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ରୁ ହଟିବେ ନାହିଁ ବୋଲି ସଭାପତି କହିଛନ୍ତି, ଗଣିଆ ବ୍ଲକ ଅଧୀନ ଆଠ ଗୋଟି ପଂଚାୟତ ର ସମସ୍ତ ଡ୍ରାଇ ଭର ଙ୍କ ଭାଇ ମାନେ ପୂର୍ଣ୍ଣ ସହଯୋଗ ରହିଛି ବୋଲି ସଭାପତି କହିଛନ୍ତି, ଆଗାମୀ ଦିନରେ ଯଦି ଦାବୀ ପୂରଣ ନ ହୁଏ, ତେବେ ପରିବାର ସହିତ ଧାରଣା ରେ ବସିବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି,