June 26, 2025

Utkal Sambad

ଡ. ଆରସି ସାମନ୍ତ ରାୟ  ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ଡ. ଆରସି ସାମନ୍ତରାୟ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ବିଭାଗ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ ସ୍ଥାନୀୟ ଗୋକୁଳାନନ୍ଦ ପିଠ ରେ ଅନୁଷ୍ଠିତ ହୋଇ ଯାଇଛି ବୋଲି ଜଣାପଡିଛି, ଏହି କାଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମ୍ପାଦକ ଓ ମହାବିଦ୍ୟାଳୟ ର ଅଧକ୍ଷ ମଳୟ କୁମାର ପଣ୍ଡା, ଉପାଦକ୍ଷ ଉମାକାନ୍ତ ବେହେରା, ଅଧ୍ୟାପକ ଜିତେନ୍ କୁମାର ପାଣିଗ୍ରାହୀ ଙ୍କ ସମେତ ସମସ୍ତ ଅଧ୍ୟାପକ ତଥା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ, ଚଳିତ ବର୍ଷ ଯୁକ୍ତ ଦୁଇ ବିଭାଗ ରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ତଥା ଭାବର ଆଦାନ ପ୍ରଦାନ ଅବସରରେ ମହାବିଦ୍ୟାଳୟ ତରଫରୁ ପ୍ରାକୃତିକ ସୌଦାର୍ଯ୍ୟ ରେ ଭରପୁର ଗୋକୁଳାନନ୍ଦ ପୀଠ ରେ ଏହି ବନ୍ଧୁ ମିଳନ ଆୟୋଜକ କରାଯାଇଥିଲା, ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |