ଗଣିଆ :(ମନୋରଞ୍ଜନ ମଳିକ )-ଶିକ୍ଷା ର ମାନ ସବୁବେଳେ ଉଚ୍ଚ କୋଟିର ହେବା ଦରକାର। ଛାତ୍ର ଛାତ୍ରୀ ଙ୍କ ଶୈକ୍ଷିକ ବିକାଶ ସହ, ଶାରୀରିକ, ବୌଦ୍ଧିକ, ମାନସିକ ଆଦି ବିକାଶ ମଧ୍ୟ ଦରକାର। ଏ କ୍ରମରେ ଦେଖିଲେ ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ପ୍ରସାଦ ପଞ୍ଚାୟତ ନିକଟରେ ଡ଼. ଆର ସୀ ସାମନ୍ତରାୟ ମହାବିଦ୍ୟାଳୟ ଅବସ୍ଥିତ। ବହୁ ପୁରାତନ ଭାବେ କଲେଜ ଟି ଅବସ୍ଥାପିତ।ଗଣିଆ ବ୍ଲକ ର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଶିକ୍ଷା ସେବା ଯୋଗାଇଆସିଛି। ଛାତ୍ର ଛାତ୍ରୀ ମାନଙ୍କ ର ଶାରୀରିକ, ବୌଦ୍ଧିକ, ମାନସିକ ଦକ୍ଷତା ବିକାଶ କରାଇବା ଏହି ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମୂଳଲକ୍ଷ୍ୟ। ଏ ଅନୁଷ୍ଠାନ ରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଅଛି। ସ୍ମାର୍ଟ କ୍ଲାସ, ସାଇନ୍ସ ଲାବୋରୋଟାରୀ, କେମିଷ୍ଟ୍ରି ଲାବୋରାଟାରୀ,ଉନ୍ନତ ମାନର କମ୍ପୁଟର ଲାବୋରାଟାରୀ,ସମସ୍ତ ପ୍ରକାର ର ସୁବିଧା ସହ ହଷ୍ଟେଲ ମଧ୍ୟ ରହିଅଛି। ଏହାର ଭୌଗଳିକ ପରିବେଶ ଅତି ସୁନ୍ଦର ଓ ଆଧ୍ୟାତ୍ମିକତା ପରିବେଶ ଦୃଷ୍ଟି ରୁ ମଧ୍ୟ ଅତି ଉଚ୍ଚକୋଟୀର। ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ୨୦୨୪-୨୫ ଶିକ୍ଷା ବର୍ଷ ରେ ଛାତ୍ର ଛାତ୍ରୀ ମାନଙ୍କ ର ସଫଳତା ଓ ଅନୁଷ୍ଠାନ ର ସଫଳତା। ତେବେ ବିଜ୍ଞାନ ଶ୍ରେଣୀ ରେ ମୋଟ ୨୨୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୫୮ଜଣ ଅଧିକାର କରିଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୬୩ ଜଣ ଓ ତୃତୀୟ ଶ୍ରେଣୀ ରେ ୬ ଜଣ ଉତୀର୍ଣ୍ଣ ହୋଇଛନ୍ତି। ସେଇଭଳି କଳା ଶ୍ରେଣୀରେ ୯୦ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀ ରେ ୨୧ ଜଣ, ଦ୍ଵିତୀୟ ଶ୍ରେଣୀରେ ୩୯ ଓ ତୃତୀୟ ଶ୍ରେଣୀରେ ୩୦ ଜଣ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ରେ ୫୪୩ ନଂ ରଖି ଆଞ୍ଚଳ ଆଚାର୍ଯ୍ୟ କଲେଜ ଓ ଗଣିଆ ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର ନେଇଥିବା ବେଳେ ୫୩୧ ନଂ ରଖି ସୁନିତା ପାଣି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। କଳା ଶ୍ରେଣୀର ରୋଜାଲିନ ମୁଦୁଲି ୫୧୧ ରଖି କଲେଜ ରେ ପ୍ରଥମ ହୋଇଥିବା ବେଳେ ଶୁଭଲଷ୍ମୀ ନାୟକ ୫୦୧ ନଂ ରଖି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ତେବେ କଲେଜ ତରଫରୁ ଉନ୍ନୀତ ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ପ୍ରଦାନ ସହିତ ମିଷ୍ଟାନ୍ନ ମଧ୍ୟ ଦିଆଯାଇଥିଲା। ତେବେ ଏକ ଅନୁନ୍ନତ ଅଂଚଳ ରେ ଅବସ୍ଥିତ ହୋଇ ମଧ୍ୟ ଛାତ୍ର ଛାତ୍ରୀ ଙ୍କ ସଫଳତା ଦୃଷ୍ଟି କୋଣରୁ ମହାବିଦ୍ୟାଳୟ ର ନାମ ଆଜି ଶୀର୍ଷ ରେ ପହଁଚିଛି। ଏଣୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା ଓ ପ୍ରାଧ୍ୟାପକ ମାନଙ୍କୁ ସାଧୁବାଦ ଦେବା ଉଚିତ।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା