March 18, 2026

Utkal Sambad

ଡାକ୍ତରଙ୍କୁ ବଳାତ୍କାର ଘଟଣା: ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସିଜେଆଇ ଧର୍ମଘଟ ତଥା ବିରୋଧ କରୁଥିବା ଡାକ୍ତରମାନଙ୍କୁ ଆମ ଉପରେ ବିଶ୍ୱାସ କରିବାକୁ କହିଥିଲେ। ଧର୍ମଘଟରେ ଥିବା ଡାକ୍ତରମାନେ ବୁଝିବା ଉଚିତ ଯେ ସେମାନଙ୍କ ଅଧୀନରେ ସମଗ୍ର ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଅଛି। କାମକୁ ଫେରିବା ପାଇଁ ଆମେ ଆପଣଙ୍କୁ ନିବେଦନ କରୁଛୁ। ଆମେ ଡାକ୍ତରମାନଙ୍କୁ ନିବେଦନ କରୁଛୁ ଯେ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେ ଏଠାରେ ବସିଛୁ। ଆମେ ଏହାକୁ ହାଇକୋର୍ଟ ପାଇଁ ଛାଡିବୁ ନାହିଁ। ଏହା ଏକ ଜାତୀୟ ସ୍ବାର୍ଥର ବିଷୟ। ଆମେ ଶୀଘ୍ର ଏହାର ସମାଧାନ କରିବୁ। ସେ କହିଛି ଯେ ଆମେ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିବାକୁ ଚାହୁଁ ଯେଉଁଥିରେ ସମସ୍ତ ଡାକ୍ତର ଅଂଶଗ୍ରହଣ କରିବା ଉଚିତ୍‌।