ଗଣିଆ (ମନୋରଞ୍ଜନ ମଳିକ )-ନଭେମ୍ବର ୨୬ ତଥା ସମ୍ବିଧାନ ଦିବସ ଅବସର ରେ ଡଃ. ଆର୍.ସି. ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ଓ କିଶୋରପ୍ରସାଦ ଗ୍ରାମପଞ୍ଚାୟତ ର ମିଳିତ ଉଦ୍ୟମ ରେ ମହାବିଦ୍ୟାଳୟ ପରିସରରେ ସମ୍ବିଧାନ ଦିବସ ପାଳନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରାୟତଃ ୨୦୦ ଯୁବ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କିଶୋରପ୍ରସାଦ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଗୀତାରାଣୀ ବେହେରା, ସମାଜସେବୀ ବିଜୟ କୁମାର ବେହେରା, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ମିଶ୍ର, ସମ୍ମାନନୀୟ ଅତିଥି ଭାବେ ଶୀମନ୍ ଏଲ୍ଡ଼ଡ୍ କିଣ୍ଡସେଥ୍ ଏବଂ ଶ୍ରୀଯୁକ୍ତ ମଳୟ କୁମାର ପଣ୍ଡା ମହୋଦୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦ୍ଵାରା ଯୁବ ଛାତ୍ର ଛାତ୍ରୀ ମାନଙ୍କୁ ଆମ ଭାରତ ବର୍ଷ ର ସମ୍ବିଧାନ ପ୍ରଣୟନ ଦିବସ କୁ ଓ ଏହାର ପ୍ରଣେତା ମାନଙ୍କୁ ମାନେ ରଖିବା ଏବଂ ସମ୍ବିଧାନ ର ମୂଲ୍ୟବୋଧ କୁ ହୃଦୟଙ୍ଗମ କରିବା ନିମିତ୍ତ ପ୍ରୋତ୍ସାହନ ଦେବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅତିଥି ବୃନ୍ଦ ସମ୍ବିଧାନ ର ମୂଲ୍ୟବୋଧ ଏବଂ ସ୍ରଷ୍ଟା ମାନଙ୍କ ର ଅକ୍ଲାନ୍ତ ଚେଷ୍ଟା ଦ୍ଵାରା ବିଶ୍ଵର ସର୍ବ ବୃହତ ସମ୍ବିଧାନ ପ୍ରଣୟନ କରିବା ଓ ନାଗରିକ ମାନଙ୍କ କର୍ତ୍ତବ୍ୟ ଓ ଅଧିକାର ସମ୍ବନ୍ଧ ରେ ଅନେକ ସାରା ପ୍ରେରଣାଦାୟୀ ଭାଷଣ ଅଭିବାଦନ କରିଥିଲେ। ପରିଶେଷରେ ଯୁବ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବିଧାନ କୁ ସଦା ସର୍ବଦା ସମ୍ମାନ ଦେବା ଓ ଏହାର ମୂଲ୍ୟବୋଧ କୁ ନିଜ ଜୀବନରେ ପ୍ରତିରୋପଣ କରିବା ନିମିତ୍ତ ଶପଥ ପାଠ କରାଯାଇ
କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା