ଭୁବନେଶ୍ୱର: ଗେରୁଆ ରଙ୍ଗର ରେନକୋଟ୍ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ। ଟ୍ରାଫିକ ପୋଲିସଙ୍କୁ ଦିଆଯାଇଛି ନୂଆ ରେନ୍କୋଟ୍। । ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି। ରାଜଧାନୀର ସମସ୍ତ ଟ୍ରାଫିକ କନଷ୍ଟେବଳଙ୍କୁ ଟ୍ରାଫିକ ଥାନାରେ ରେନକୋଟ୍ ବଣ୍ଟାଯାଇଛି। ଏହି ନୂଆ ରେନ୍କୋଟ୍ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ପ୍ରଦାନ କରାଯାଇଛି। ରାଜିତରେ ଟ୍ରାଫିକ ପୋଲିସଙ୍କ ଉପସ୍ଥିତି ଜାଣିବା ପାଇଁ ରେନକୋଟରେ ରେଡିଅାଂଶ ଷ୍ଟିକର ଲାଗିଛି। ରାତିରେ ଏହା ଉପରେ ଲାଇଟ୍ ପଡିଲେ ଉଜ୍ଜଳ ଦେଖାଯିବ। ଏହାଦ୍ୱାରା ସମସ୍ତେ ପୋଲିସର ଉପସ୍ଥିତି ଜାଣିପାରବେ।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ