ନୂଆଦିଲ୍ଲୀ : ଗୋଲ୍ଡକୋଷ୍ଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତୀୟ ମହିଳା ଏ ଦଳ ଏବଂ ଅଷ୍ଟ୍ରେଲିଆ ମହିଳା ଏ ଦଳ ମଧ୍ୟରେ ଚାରି ଦିନିଆ ଟେଷ୍ଟର ଦ୍ୱିତୀୟ ଦିନରେ ଖେଳ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଦ୍ୱିତୀୟ ଦିନରେ ମୋଟ ୧୫ ୱିକେଟ ପଡ଼ିଥିଲା । ଭାରତୀୟ ଦଳ ପ୍ରଥମ ଇନିଂସ ୧୮୪ ସ୍କୋର କରିଥିବା ବେଳେ ଅଷ୍ଟ୍ରେଲିୟା ମହିଳା ଏ ଦଳ ଦିନିକିଆ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୭ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି। ଦ୍ୱିତୀୟ ଦିନର ଖେଳରେ କେଟ ପିଟରସେନ ଅଷ୍ଟ୍ରେଲିଆ ପାଇଁ ୫ ୱିକେଟ ନେଇଥିବାବେଳେ ଭାରତ ପାଇଁ ଅଧିନାୟକ ମିନୁ ମନି ପୁଣିଥରେ ଚମତ୍କାର ପ୍ରଦର୍ଶନ କରି ୫ ୱିକେଟ ନେଇଥିଲେ।
More Stories
ଆଶୁତୋଷ ପାଇ ଭାପୁର ବ୍ଲକ ଉତ୍ସବ ମୁଖର
ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ପ୍ରଶାସନିକ ବୋର୍ଡରେ ଯୋଗଦେଲେ ଈଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍
ଚତୁର୍ଥ ଏଲ୍ସିସି ଅଣ୍ଡର୍-୧୫ କ୍ରିକେଟ୍ ! ଉଦଘାଟନ ମ୍ୟାଚ୍ ରେ ବିବିସିଏ କ୍ଲବ୍ ବିଜୟୀ