June 25, 2025

Utkal Sambad

ଜୟ ସେବା ଫାଉଣ୍ଡେସନ ର ପ୍ରଥମ ବାର୍ଷିକ ଜୟ ସେବା ସମ୍ମାନ ୨0୨୫ ପାଳିତ 

ଭୁବନେଶ୍ୱର: ଜୟ ସେବା ଫାଉଣ୍ଡେସନର ପ୍ରଥମ ବର୍ଷ ପୁର୍ତ୍ତୀ ଅବସରରେ ସଂଗଠନ ତରଫରୁ ଜୟ ସେବା ସମ୍ମାନ-୨୦୨୫ ସମ୍ମାନ ଉତ୍ସବ ଭୁବନେଶ୍ବର ସ୍ଥିତ ଲୋହିଆ ଏକାଡେମୀ ଠାରେ ପାଳିତ ହୋଇଯାଇଅଛି , ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେବା ସହିତ ସମ୍ମାନିତ ଅତିଥିଭାବେ ବିଶିଷ୍ଟ କବି ,ସୁଲେଖିକା ଡ଼ଃ ବନ୍ଦନା ହରିଚନ୍ଦନ ଏବଂ ମୁଖ୍ୟବକ୍ତା ଭାବେ ଯୁବସମାଜସେବୀ ତଥା ଓଡିଶୀ ଡ୍ୟାନ୍ସର ଡ଼ଃ ଶଭଶ୍ରୀ ପଟ୍ଟନାୟକ ଯୋଗଦେଇଥିଲେ , ସଂଗଠନର ସଭାପତି ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୋମନାଥ ରାଉତ ସଭାପତିତ୍ବ କରିବା ସହିତ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ୍ ନାୟକ ସ୍ବାଗତ ଭାଷଣ ଦେଇଥିଲେ ,ଏହି ଉତ୍ସବରେ ୧୧ ଟି ସଂଗଠନ ସହିତ ୫ ଟି ସମାଜସେବୀଙ୍କୁ ସମ୍ମାନୀତ କରାଯାଇଥିଲା ,ଶେଷରେ ଉପ-ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦିଗଲ ଧନ୍ୟବାଦ ଭାଷଣ ଦେଇ ସଭାକୁ ବିରାମ ଦେଇଥିଲେ ,