June 25, 2025

Utkal Sambad

ଜୀ ସାର୍ଥକର ନୂଆ ଓଡ଼ିଆ ଫିଲ୍ମ ‘‘ଏଇ ରାକ୍ଷୀ ତୋ’ ରକ୍ଷା କବଚ ୨” ର ଅଡିଓ ରିଲିଜ୍

ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀର ମାହୋଲକୁ ଆହୁରି ଖାସ କରିବା ପାଇଁ ଜୀ ସାର୍ଥକ ନେଇ ଆସୁଛି ତା’ର ନୂଆ ଫିଲ୍ମ ‘ଏଇ ରାକ୍ଷୀ ତୋ’ ରକ୍ଷା କବଚ ୨’, ଯାହା ଅଗଷ୍ଟ ୧୮ ତାରିଖ ସନ୍ଧ୍ୟା ୬:୩୦ ରେ ଜୀ ସାର୍ଥକରେ ପ୍ରସାରଣ ହେବ । ଏହି ଅବସରରେ ସ୍ଥାନୀୟ ହୋଟେଲ ରେ ଏହାର ଅଡିଓ ଲୋକାର୍ପଣ ହୋଇଥିଲା l

ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି ।

ଲିପ୍ସା ମିଶ୍ର ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦ୍ଵାୟୀତ୍ଵ ନେଇଛନ୍ତି ସଂଜୟ ନାୟକ । ମୁଖ୍ୟ ଅଭିନୟରେ ଅଭିନେତା ବିକ୍ରମ ମହାନ୍ତି, ଅନନ୍ୟା, ଲିପ୍ସା, କେ କେ, ଡିସ୍କୋ ରେଡ୍ଡୀ ଙ୍କ ସହିତ ଆହୁରି ଅନେକ କଳାକାର l ଗୀତ ଗୁଡିକୁ ବିରଜା ପ୍ରସାଦ ସଂଯୋଜନା କରିଥିବା ବେଳେ ଡଃ ନିର୍ମଳ ନାୟକଙ୍କ ଲେଖାକୁ ସ୍ବର ଦେଇଛନ୍ତି ଅସୀମା ପଣ୍ଡା, ସତ୍ୟଜିତ ଓ ଏସ୍. ଜିତୁ ।

ଓଡ଼ିଆ ଘରର ପରମ୍ପରାକୁ ଅଗ୍ରାଧିକାର ଦେବା ସହ ଭାଇ ଭଉଣୀର ସମ୍ପର୍କକୁ ଆହୁରି ମଜବୁତ କରିବ ଯାହା ମୋର ଆଶା ଓ ବିଶ୍ବାସ ବୋଲି କହିଛନ୍ତି ଜୀ ସାର୍ଥକର ଚିଫ ପ୍ରତୀକ ସିଲ୍ ।