June 26, 2025

Utkal Sambad

ଜାତୀୟ ହସ୍ତତନ୍ତ ଦିବସ

ଗୋବିନ୍ଦ ବେହେରା

ଆଦିମ କାଳରୁ ଆଧୁନିକ ଯାଏ
ସଭ୍ୟ ତାର କ୍ରମ ନୟ,
ବିଶ୍ଵ ଜନ ଜାତି ଜୀବନ ଜୀବିକା
ବିକାଶ ର ସମନୟ l

ବଣ ଜଙ୍ଗଲ ରେ ଜୀବନ ଧାରଣ
ଲଜ୍ୟା ନିବାରଣ ପାଇଁ
ବୃକ୍ଷ ପତ୍ର ବକଳ ବ୍ୟବହାର କରେ
ଆପଣାର ଅଙ୍ଗ ଧାଇଁ l

କାଳ କ୍ରମେ ତାହା ପ୍ରସ୍ତୁତ ହୋଇଲା
ପୋଷାକ ର ରୂପ ନେଇ,
ଆଧୁନିକ ଜ୍ଞାନ କୌଶଳ ଖଟାଇ
ନିର୍ମାଣିଲୁ ଶିଳ୍ପ ଯହିଁ l

କୋଟିର ଶିଳ୍ପର ଗୁରୁତ୍ୱ ବଢିଲା
ଚରକା କାଟିଲା ସୁତା,
ବିଦେଶୀ ବସ୍ତ୍ର କୁ ବର୍ଜନ କରିଲୁ
ହୋଇଲୁ ଜଗତ ଜିତା l

ମୁକ୍ତି ସଂଗ୍ରାମ ରେ ପ୍ରମୁଖ ଭୂମିକା
କୋଟିର ଶିଳ୍ପର ଦାନ,
ହସ୍ତ କାରି ଘରି ନିଖୁଣ ନିପୁଣ
ବଢ଼ାଇଲା ଦେଶ ମାନ l

ରେଶମ ଟସର ମେଣ୍ଢା ବାଳ ପୁଣି
ଲାଇଲନଓ ସିଲିକନ,
ଭଳି ଭଳି କେତେ ସୁନ୍ଦର ପୋଷାକ
ଭାରତୀୟ ବିମୋହନ l

ଦୁଇ ହଜାର ପନ୍ଦର ସାଲ ପୁଣି ଯେ
ଅଗଷ୍ଟ ସାତ ତାରିଖରେ,
ପାଳିତ ହେଉଛି ରାଜ୍ୟ ହସ୍ତ ତନ୍ତ
ମହା ଉତ୍ସାହ ଆଡ଼ମ୍ବରେ l

ଡାଙ୍ଗମାଳ, କେନ୍ଦ୍ରାପଡ଼ା