June 26, 2025

Utkal Sambad

ଜ଼ିଲ୍ଲାପାଳଙ୍କ ନିର୍ଦେଶ କୁ ବେଖାତିରି, ଦିନରାତି ଚାଲିଛି ଟ୍ରକ

 

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲାପାଳ ଗ୍ରାମାଞ୍ଚଳ ରେ ଟ୍ରକ ଚାଲିବା ପାଇ ନିଁଦ୍ଧିଷ୍ଟ ସମୟ ସୀମା ନିର୍ଦେଶନାମା ଜାରୀ କରିଛନ୍ତି ଏଥି ପାଇ ମଧ୍ୟ ନିର୍ଦେଶନାମା ପତ୍ର ମାଧ୍ୟମରେ ଅବଗତ କରିଛନ୍ତି, କିନ୍ତୁ ଏହାର ବ୍ୟତିକ୍ରମ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଦେଖିବାକୁ ମିଳିଛି, ସକାଳ 6ଟାରୁ ରାତି 9ଘଟିକା ପର୍ଯ୍ୟନ୍ତ ଅହରହ ଟ୍ରକ ଚାଲିଛି, ଦିନ 1ଘଟିକା ଠାରୁ 3ଟା ପର୍ଯ୍ୟନ୍ତ ଟ୍ରକ ଯାତାୟାତ କରିବ ବୋଲି ନିର୍ଦେଶନାମା ଉଲେଖ ରହିଅଛି, କିନ୍ତୁ ଜ଼ିଲ୍ଲାପାଳ ନିର୍ଦେଶକୁ ବେଖାତିରି କରି ଦିନରାତି ବଲି ବୋଝେଇ ଟ୍ରକ ଯାତାୟାତ କରୁଛି, ଗଣିଆ ରେ ଗୁରୁବାର ଓ ରବିବାର ସାପ୍ତାହିକ ହାଟ ହେଉଥିବାରୁ ଜନ ଗହଳି ସମୟରେ ଅତ୍ୟନ୍ତ ବିପଦ ଜନକ ଭାବେ ଟ୍ରକ ଚଳାଚଳ କରୁଛି, ଏପରିକି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯିବା ସହିତ ବରିଷ୍ଠ ନାଗରିକ ମାନେ ଯାତାୟାତ କରୁଥିବା ବେଳେ ଟ୍ରକ ଚଳାଚଳ ସେମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି, ଗଣିଆ ରୁ ଦଶପଲ୍ଲା ଓ ଖଣ୍ଡପଡା ରୁ ନରସିଂହପୁର ପଟୁ ଦିନକୁ 100ରୁ ଉର୍ଦ୍ଧ ଟ୍ରକ ଅତି ବିପଦ ଜଣକ ଭାବେ ଯାତାୟାତ କରୁଛି ବୋଲି ଜଣାପଡୁଛି, ତେବେ ଜ଼ିଲ୍ଲାପାଳ ଙ୍କ କଡା ନିର୍ଦେଶ କୁ ଗୁରୁତ୍ୱ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଅଧିକାରୀ ମାନେ ଏହି ନିର୍ଦେଶ କୁ ଗୁରୁତ୍ୱ ନ ଦେବାର କାରଣ କଣ ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ହେଉଛି,ଏଥି ପ୍ରତି ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ନେବାକୁ ଜନସାଧାରଣ ରେ ଦାବୀ ହେଉଛି |