ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଛାମୁଣ୍ଡିଆ, ବଡ଼ସିଲିଙ୍ଗା, ରାସଙ୍ଗ, ଗ୍ରାମ ପଂଚାୟତ ଦେଇ ପୂର୍ତ୍ତ ବିଭାଗ ଅଧୀନରେ ଥିଲା, ଗଣିଆ ବ୍ଲକ ର କିଛି ରାଜନେତା ମାନେ ଗଣିଆ ଠାରୁ ବଡମୁଳ ରାସ୍ତା ର ଉନତି କରଣ କରିବା ପାଇ R, D ବିଭାଗ କୁ ଟେକି ଦେଲେ, RD ବିଭାଗ ଦ୍ଵାରା 2023-24ମସିହା ରେ ରାସ୍ତା କାର୍ଯ୍ୟ କିଛି ହେଲା କିନ୍ତୁ ଠିକାଦାର ମନଇଛା ରାସ୍ତା ଖୋଳି ପକାଇବା ସହିତ ରାସ୍ତା କାର୍ଯ୍ୟ ଠିକାଦାର ବନ୍ଦ କରିବାରୁ ଅଂଚଳ ବାସୀ ରାଜନେତା ସହିତ ପ୍ରଶାସନ ଅଧିକାରୀ ମାନଙ୍କୁ ବାରମ୍ବାର ଆପତ୍ତି କଲେ ମଧ୍ୟ କେହି କର୍ଣ୍ଣପାତ କଲେ ନାହିଁ, ଯାହା ଫଳରେ ଛାମୁଣ୍ଡିଆ ଅଂଚଳ ବାସୀ ଫେବୃଆରୀ ମାସରେ ଗଣିଆ ବ୍ଲକ ରେ ଧାରଣା ଦେଇ ଥିଲେ, ଜ଼ିଲ୍ଲା ପ୍ରଶାସନ ଅଧିକାରୀ ମାନେ ଆସି 3ମାସରେ ତୁମ ମାନଙ୍କ ଦାବୀ ପୂରଣ କରାଯିବ ବୋଲି ପ୍ରଶାସନ ଅଧିକାରୀ ମାନେ ପ୍ରତିଶୃତି ଦେଲା ପରେ ଛାମୁଣ୍ଡିଆ ଅଂଚଳବାସୀ ଧାରଣା ରୁ ଉଛିଥିଲେ, 3ମାସ ବିତି ଯାଇ ଥିଲେ ମଧ୍ୟ ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଅଧିକାରୀ ମାନେ କେହି ଶୁଣିଲେ ନାହିଁ କି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କି ରାସ୍ତା ନିର୍ମାଣ ଶେଷ ହେଲା ନାହିଁ, ଯାହା ଫଳରେ ଛାମୁଣ୍ଡିଆ ଅଂଚଳ ବାସୀ ସୋମବାର ଦିନ 10ଘଟିକା ସମୟରେ ଗଣିଆ ବ୍ଲକ ସମ୍ମୁଖରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିବେ ବୋଲି ଜଣାପଡିଛି, ଘଟଣା ସ୍ଥଳରେ ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନ ଙ୍କ ସହିତ ଅନ୍ୟ ପୋଲିସ କର୍ମଚାରୀ ମାନେ ପହଂଚି ଧାରଣା ସ୍ଥଳ ରେ ଥିବା ଲୋକ ମାନଙ୍କୁ ବୁଝାସୁଝା କରିଥିବାର ଜଣାପଡିଛି, କିନ୍ତ ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ର ପ୍ରଶାସନ ଅଧିକାରୀ ମାନେ ଧାରଣା ସ୍ଥଳ କୁ ଯାଇ ନାହାନ୍ତି, ତେଣୁ ଗଣିଆ ବ୍ଲକ ସାରା ଆଲୋଚନା ହେଉଛି ଯଦି ପ୍ରଶାସନ ପ୍ରଶାସନ କଥା ରଖୁ ନାହାନ୍ତି, ଛାମୁଣ୍ଡିଆ ଅଂଚଳ ବାସୀ ଙ୍କ ଦୁଃଖ ଶୁଣିବ କିଏ, ନା ରାଜନେତା ନା ପ୍ରଶାସନ,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା