March 18, 2026

Utkal Sambad

ଛେନାପୋଡ ଦିବସ ପାଳନ କଲେ ବ୍ଲକ ଅଧକ୍ଷା ଝୁନା ଜେନା

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅଫିସ ପରିସରରେ ଛେନାପୋଡ଼ ଦିବସ ପାଳନ କଲେ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନା ଜେନା ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଛେନାପୋଡ଼ ର ସ୍ରଷ୍ଟା ନୟାଗଡ ଜ଼ିଲ୍ଲା ଦଶପଲ୍ଲା ର ସ୍ୱର୍ଗତ ବିଦ୍ୟାଧର ସାହୁ ଙ୍କ ତିରୋଧାନ ଦିବସ ଡିସେମ୍ବର ମାସ 31ତାରିଖ କୁ ଛେନାପୋଡ଼ ଦିବସ ରୂପେ ପାଳନ କରିବାକୁ ଦାବୀ ହୋଇ ଆସୁଅଛି, ତେଣୁ ଏହି ପରିପେକ୍ଷୀରେ ଗଣିଆ ବ୍ଲକ ପରିସରରେ ଛେନାପୋଡ଼ ଦିବସ ରୂପେ ପାଳିତ ହେଇଛି ବୋଲି ଜଣାପଡିଛି, ଏହି କାର୍ଯ୍ୟକ୍ରମ ରେ ଗଣିଆ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନା ଜେନା, ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ସୁଶ୍ରୀ ପ୍ରୀତିବାଳା ରଣା ଙ୍କ ସମେତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ |