October 12, 2025

Utkal Sambad

ଚାଷୀ ମୁଣ୍ଡରେ ପଡିଲା ଚଡକ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଆଠ ଗୋଟି ପଂଚାୟତ ର ବିଭିନ୍ନ ଗାଁ ର ଚାଷୀ ଙ୍କ ମୁଣ୍ଡରେ ଚଡକ, ଖବର ନେବାରେ ଜଣାଗଲାଯେ ଦୁଇ ଦିନ ହେଲା ଲଗାତର କୋହଲା ପାଗକୁ ଝିପି ଝିପି ଲଘୁଚାପ ବର୍ଷା ଲାଗିରହିଛି, ହେଲେ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଚାଷୀ ଭାଇ ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି, ଦୁଇ ଦିନ ହେଲା ଝିପିଝିପି ବର୍ଷା ଲାଗିରହିଥିବାରୁ ବର୍ଷ କର ପରିଶ୍ରମ ସବୁ ମାଟିରେ ମିଶି ବାର ଦେଖିବାକୁ ମିଳିଛି, ଆଉ କେତେ ଦିନ ଭିତରେ ଧନ ଅମଳ କରି ଘରକୁ ଆଣିଥାନ୍ତେ, ଚାଷୀ ଏବେ ସେହି ଧାନ ଲଗାଣ ବର୍ଷାରେ ଗଜା ହେବାକୁ ବସିଲାଣି କେମିତି ମଣ୍ଡିରେ ଧାନ ଦବ ଚାଷୀ ଖାଲି ଦେଖିବାକୁ ବାକି ରହିଲା, କେବେ ପହଁଚୁଛି ପ୍ରଶାସନ |