June 26, 2025

Utkal Sambad

ଚରଣ ବେହେରା ହତ୍ୟା ଘଟଣା ର ସାମ୍ବାଦିକ ସମିଳନୀ କଲେ ଅତିରିକ୍ତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟା ଗ୍ରାମପଂଚାୟତ ର ଉପର ହଦପଶି ଗ୍ରାମର ଚରଣ ବେହେରା ଙ୍କ ହତ୍ୟାକାଣ୍ଡ ଘଟଣା ର ମୁଖ୍ୟ ଦୁଇ ଜଣ କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି, ଏନେଇ ରବିବାର ଦିନ 1ଘଟିକା ସମୟରେ ଗଣିଆ ଥାନା ପରିସରରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇ ଯାଇଛି, ଏହି ସାମ୍ବାଦିକ ସମିଳନୀ ରେ ନୟାଗଡ ଜ଼ିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଖଣ୍ଡପଡା SDPO -ବିମଳ କୁମାର ବାରିକ, ଗଣିଆ ଥାନା ଅଧିକାରୀ ଲଖଣ ଦଣ୍ଡସେନ ଙ୍କ ସମେତ ଗଣିଆ ବ୍ଲକ ର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ, ଖବର ନେବାରେ ଜଣାଗଲାଯେ ଜାନୁଆରୀ ମାସ 30ତାରିଖ ରେ ଉପରହଦପଶି ଗ୍ରାମର ପିଣ୍ଟୁ ବେହେରା ଓ ମାନସ ଡ଼ାଙ୍ଗୁଆ ଚରଣ ବେହେରା କୁ ମଦ ପିଇବା କୁ ଡାକି ନେଇ ଥିଲେ, ମଦ ପିଇ ସାରିବା ପରେ ପୂର୍ବରୁ ଲାଗି ରହିଥିବା ଜମିବାଡ଼ି ବିବାଦ କୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ଓ ପାଟିତୁଣ୍ଡ ହୋଇ ଥିଲା, ମାନସ ଓ ପିଣ୍ଟୁ ମିଶି ଏକ କାଠ ଧଡ଼ାରେ ଚରଣ ବେହେରା କୁ ବାଡେଇ ବାଡେଇ ମାରିଦେଇ ପ୍ରଥମେ ଏକ ଅଟୋ ସାହାଯ୍ୟ ରେ ଶବକୁ ନେଇ ଥିଲେ, ପରେ ଆଇଚର ଟ୍ରକ ରେ ଶବକୁ ନେଇ ଖଜୁରୀପଡା ଘାଟି ତଳକୁ ଫିଙ୍ଗି ଦେଇ ଥିଲେ, ଗଣିଆ ଥାନା ଅଧିକାରୀ ପ୍ରଥମେ ପିଣ୍ଟୁ ବେହେରା କୁ ଗିରଫ କରିବା ପରେ ମାନସ ଡ଼ାଙ୍ଗୁଆ ଗିରଫ କରିଥିଲା, ହତ୍ୟା କାଣ୍ଡ ରେ ବ୍ୟବହାର ପଲସର ବାଇକି, ଅଟୋ, ଆଇଚର ଟ୍ରକ ସହିତ ଠେଙ୍ଗା କୁ ମଧ୍ୟ ପୋଲିସ ଜବତ କରିଛିବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି, ଆଜି ଅଭିଯୁକ୍ତ ମାନଙ୍କୁ କୋଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଜିତେନ୍ଦ୍ର ଡ଼ାଙ୍ଗୁଆ କୁ ଖୁବୁଶୀଘ୍ର ଗିରଫ କରାଯିବ ବୋଲି ଗଣିଆ ଥାନା ଅଧିକାରୀ ପ୍ରକାଶ କରିଥିଲେ, ଗଣିଆ ଥାନା ଅଧିକାରୀ 7ଦିନ ଭିତରେ ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇ ଥିବାରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଂଶସା କରିଥିଲେ,