June 26, 2025

Utkal Sambad

ଚଢିଗଲା ଟ୍ରେନ: ଆଖିପିଛୁଳାକେ ଚାଲିଗଲା ୮  ଜୀବନ

ମହାରାଷ୍ଟ୍ର: ଟ୍ରେନରେ ନିଆଁ ଲାଗିଥିବା ଶୁଣି ଡେଇଁ ପଡିଲେ । ହେଲେ ଚଢିଗଲା ଆଉ ଏକ ଟ୍ରେନ । ଆଖିପିଛୁଳାକେ ଚାଲିଗଲା ୮  ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତର ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ।

ରିପୋର୍ଟ ଅନୁଯାୟୀ, ପୁଷ୍ପକ ଏକ୍ସପ୍ରେସରେ ଯାତ୍ରା କରୁଥିବା କିଛି ଯାତ୍ରୀ ଟ୍ରେନରେ ନିଆଁ ଲାଗିଥିବା ଶୁଣିବାକୁ ପାଇଥିଲେ । ଫଳରେ ନିଜକୁ ରକ୍ଷା କରିବାକୁ ଯାଇ ଆଉ ଏକ ଟ୍ରାକ ଉପରକୁ ଡେଇଁପଡିଥିଲେ । ସେତିକିବେଳେ ସେହି ଟ୍ରାକ୍ ରେ କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ ଆସିଥିଲା । ଯାହା ତାଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଛି । ରେଳ ଅଧିକାରୀଙ୍କ କହିବାନୁଯାୟୀ ଯାତ୍ରୀମାନେ ନିଆଁ ଲାଗିଥିବା ଖବର ପାଇ ଚେନ୍ ଟାଣିଥିଲେ । ଆଉ ଏକ କାଳୀନ ୮ ଜଣ ଡେଇଁପଡିଥିଲେ । ହେଲେ ସେତିକି ବେଳେ କର୍ଣ୍ଣାଟକ ଏକ୍ସପ୍ରେସ୍ ଆସିଥିଲା । ଫଳରେ ଏହି ବଡ ଦୁର୍ଘଟଣା ଘଟିଯାଇଛି ।

ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଆହତମାନଙ୍କ ପାଇଁ ପର୍ଯ୍ୟାପ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି ।