ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଜୟ ଦୁର୍ଗା ଆଗ୍ରୋ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼ ତରଫରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି ସମ୍ମିଳନୀରେ ଜୟ ଦୁର୍ଗା ଆଗ୍ରୋ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅଗ୍ରୱାଲ, ସିଇଓ ଡକ୍ଟର ଅମିତ କୁମାର ତିୱାରୀ, ଦୁଗ୍ଧ ବ୍ୟବସାୟୀ ବିଜୟ କୁମାର ଦାସ, ନିତ୍ୟାନନ୍ଦ ମହାନ୍ତି, ରଞ୍ଜନ କୁମାର ପାଣିଗ୍ରାହୀ, କାହ୍ନୁ ଚରଣ ପଟ୍ଟନାୟକଙ୍କ ସମେତ ଅନେକ ସଂଖ୍ୟକ କ୍ଷୁଦ୍ର ଦୁଗ୍ଧ ଚାଷୀ ଓ ବ୍ୟବସାୟୀ ଯୋଗଦେଇଥିଲେ l ବ୍ୟବସାୟୀମାନେ କିପରି ଦୁଗ୍ଧ ଚାଷୀ ମାନଙ୍କ ସହିତ ଯୋଡି ହୋଇ ରହିବେ ଯାହା ଫଳରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ହୋଇପାରିବ ଏବଂ ଉଚିତ ମୂଲ୍ୟରେ ବିକ୍ରି କରି ଚାଷୀର ଆର୍ଥିକ ସ୍ଥିତି ଉନ୍ନତି ହେବ, ଏହା ସମ୍ମିଳନୀ ର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା l ଚାଷୀର ଉନ୍ନତି ହେଲେ ସମସ୍ତେ ଉନ୍ନତି କରିବେ ତେଣୁ ସେଥି ପ୍ରତି ସମସ୍ତେ ଯତ୍ନବାନ ହେବାକୁ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅଗ୍ରୱାଲ ପରାମର୍ଶ ଦେଇଥିଲେ l ଗାଈର ସ୍ୱାସ୍ଥ୍ୟ କିପରି ଭଲ ରହିବ, କଣ କରିବା ଦ୍ୱାରା ଜଣେ ଚାଷୀ ଅଧିକ ଦୁଗ୍ଧ ଉତ୍ପାଦନ କରିବ ଏସମସ୍ତ ବିଷୟ ଆଲୋଚନାଭୁକ୍ତ ହୋଇଥିଲା l ନିକଟ ଭବିଷ୍ୟତରେ ଏକ ଦୁଗ୍ଧ ପ୍ଲାଣ୍ଟ ବସାଇବା ପାଇଁ ସ୍ଥିର କରାଯାଇଥିବା କଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଗ୍ରୱାଲ କହିଥିଲେ l ଗୋପାଳନ ଆମ ରାଜ୍ୟର ଏକ ପ୍ରମୁଖ ବ୍ୟବସାୟ l ତେଣୁ ଦୁଗ୍ଧ ପ୍ରଚୁର ପରିମାଣର ଉତ୍ପାଦନ ହେଲେ ଦୁଗ୍ଧରୁ ଅନ୍ୟାନ୍ୟ ଦ୍ରବ୍ୟ ଉତ୍ପାଦନ ପାଇଁ ସହଜ ହେବ ବୋଲି ଆଲୋଚନା ହୋଇଥିଲା l
More Stories
ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା