ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଦିନକୁ ଦିନ ଗୋରୁ ଚାଲାଣ ବୃଦ୍ଧି ପାଉଥିବାରୁ ଗତକାଲି ରାତ୍ର ରେ ଗଣିଆ ରେଞ୍ଜର ସୁମନ ମାଝୀ ଙ୍କ ନିର୍ଦେଶ କ୍ରମେ ଗଣିଆ ବନବିଭାଗ ର କର୍ମଚାରୀ ମାନେ ଡିୟୁଟି କରୁଥିବା ସମୟରେ ଏକ ଗାଡିକୁ ପିଛା କରିଥିଲେ, ଗାଡି ଟିକୁ ଡ୍ରାଇଭର ଗଣିଆ ହାଟପଦା ଦେଇ ୱାଲିପୁର ବାଲି ଘାଟ ଠାରେ ଗାଡିଟି ପମ୍ପଚର ହେବାରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇ ଥିଲା, ଏହି ସମୟ ରେ ଗଣିଆ ବନ ବିଭାଗ ର କର୍ମଚାରୀ ମାନେ ଗାଡି ପାଖରେ ପହଂଚି ଦେଖିଲା ବେଳେ ଗୋରୁ ଗାଡି ବୋଲି ଜାଣିଥିଲେ,ଏହା ପରେ ବନବିଭାଗ ଗଣିଆ ଥାନା ଅଧିକାରୀ କୁ ଫୋନ କରିଥିଲେ, ଗଣିଆ ଥାନା ଅଧିକାରୀ ଶ୍ରୀ ଲଷ୍ମଣ ଦଣ୍ଡ ସେନ ପହଂଚି ଗୋରୁ ଗାଡି ଧରି ଗଣିଆ ଥାନା ରେ ପହଂଚି ଗୋରୁ କୁ ଗୋ ଶାଳା କୁ ପଠାଇ ଦେଇ ଥିଲେ, ଗାଡି ଡ୍ରାଇଭର ଫେରାର ଅଛି, ଆସାମୀ କୁ ଖୁବୁଶୀଘ୍ର ଧରାଯିବ ବୋଲି ଗଣିଆ ଥାନା ଅଧିକାରୀ ପ୍ରକାଶ କରିଛନ୍ତି,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା