October 12, 2025

Utkal Sambad

ଗଣିଆ ଲଙ୍କାପୋଡ଼ି ଯାତ୍ରା ପାଇ ଶୁଭଖୁଣ୍ଟି ଅନୁକୂଳ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ଆସନ୍ତା ଏପ୍ରିଲ ମାସ 6ତାରିଖ ରେ ରାମ ନବମୀ ପାଇ ମଙ୍ଗଳବାର ଦିନ ସକାଳ 8ଘଟିକା ସମୟରେ ରାମ ମନ୍ଦିର ପରିସରରେ ଶୁଭଖୁଣ୍ଟି ଅନୁକୂଳ ହୋଇଛି, ଏପ୍ରିଲ 29ତାରିଖ ରେ ଲଙ୍କାପୋଡ଼ି ଯାତ୍ରା ଅନୁଷ୍ଠିତ ହେବ, ଏହି ଅବସରରେ ଲଙ୍କାପୋଡ଼ି ଯାତ୍ରା ପାଇ ପ୍ରସ୍ତୁତ ପର୍ବ ଆରମ୍ଭ ହୋଇ ଯାଇଛି, ଦୀର୍ଘ 55ବର୍ଷ ହେଲା ଗୋଟିଏ ଖୁଣ୍ଟି ରେ ପ୍ରଭୁ ଙ୍କ ନାମରେ ନଡ଼ିଆ ବନ୍ଧା ଯାଇ କାର୍ଯ୍ୟ ଆରମ୍ଭ ହୋଇ ଥାଏ, ଗଣିଆ ପାଇକ ସାହି ର ଯୁବକ ମାନେ ଏହି କାର୍ଯ୍ୟକ୍ରମ ରେ ନିୟୋଜିତ ହୋଇ କାର୍ଯ୍ୟ ସମ୍ପାଦନ କରିଥିବା ଜଣାପଡିଛି, ଚଳିତ ବର୍ଷ ତିନିଦିନ ଲଙ୍କାପୋଡ଼ିଯାତ୍ରା ପାଳନ କରାଯିବ,