ଗଣିଆ – (ମନୋରଞ୍ଜନ ମଳିକ)- ନୟାଗଡ ଜ଼ିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଗଣିଆ ବ୍ଲକ ବିଜୁ ଜନତା ଦଳ ତରଫରୁ ବୁଧବାର ଦିନ ବିନ୍ଧ୍ୟଗିରି ଭବନରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଗଣିଆ ବିଜୁ ଜନତା ଦଳର ବ୍ଲକ ସଭାପତି ସଦାଶିବ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ବିଜୁ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସାମ୍ନାନୀତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧକ୍ଷ ଶେଷଦେବ ସ୍ୱାଇଁ, ବ୍ଲକ ଉପାଧ୍ୟାକ୍ଷ ରାଜକିଶୋର ସାହୁ, ଜିଲ୍ଲାପରିଷଦ ସଭ୍ୟ ନରେଶ କୁମାର ବେହେରା, ପୂର୍ବତନ ଜିଲ୍ଲାପରିଷଦ ମହେଶ୍ୱର ମହାରଣା ଉପସ୍ଥିତ ଥିଲେ । ଏଥିସହିତ ପୂର୍ବତନ ସରପଞ୍ଚ , ବରିଷ୍ଠ ବିଜେଡି ନେତାଙ୍କ ସମେତ ଗଣିଆ ବ୍ଲକର ଆଠ ଗୋଟି ପଂଚାୟତର ପ୍ରତ୍ୟେକ ୱାର୍ଡରୁ ବିଜୁ ଜନତା ଦଳର କର୍ମୀମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ କର୍ମୀ ମାନଙ୍କୁ ନିଜ ନିଜର ୱାର୍ଡ ଗୁଡିକରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ତୋରାନ୍ୱିତ କରିବା ସହିତ ସାଙ୍ଗଠନିକ କାର୍ଯ୍ୟକୁ ଜାରି ରଖିବାକୁ ଅନୁରୋଧ କରିଥିଲେ ମୁଖ୍ୟ ଅତିଥି ରମେଶ ବେହେରା । ପୂର୍ବତନ ବ୍ଲକ ଅଧକ୍ଷ ଶେଷଦେବ ସ୍ୱାଇଁ ଗଣିଆ ବ୍ଲକର ବିକାଶର ଚିନ୍ତାଧାରାକୁ ଆଗକୁ ବଢ଼ାଇ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ୨୦୨୪ ନିର୍ବାଚନରେ ଆମେ ଯେଉଁ ଶିକ୍ଷା ପାଇଥିଲେ, ତାହାକୁ ତର୍ଜମା କରିବା ସହିତ ଏକତ୍ରିତ ହୋଇ କାମ କରିବା ତେବେ ବିକାଶ ପୁଣି ଗଢ଼ି ଉଠିବ ବୋଲି ବ୍ଲକ ସଭାପତି ସଦାଶିବ ମିଶ୍ର ମତ ଦେଇଥିଲେ । ସର୍ବସମ୍ମତିକ୍ରମେ ବିଜୁ ଜନତା ଦଳର ସାଙ୍ଗଠନିତ ସଭାପତି ଭାବେ ଶେଷଦେବ ସ୍ବାଇଁଙ୍କୁ ମନୋନୀତ କରାଯାଇଥିଲା । ତାଙ୍କୁ ବିଜୁ ଜନତା ଦଳର ସଭାପତି ସଦାଶିବ ମିଶ୍ର ସହଯୋଗ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଉଭୟଙ୍କ ନେତୃତ୍ୱରେ ଗଣିଆ ବ୍ଲକ ବିଜୁ ଜନତା ଦଳକୁ ଆଗକୁ ଯିବ ବୋଲି ବିଜେଡି କର୍ମୀମାନେ ମତବ୍ୟକ୍ତ କରିଥିଲେ । ଆଜିର କାଯ୍ୟକ୍ରମକୁ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ବିଜେଡି କର୍ମୀ ପ୍ରମୋଦ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ