ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ରେ ରାତିରେ ପଥର ଚୋରି କରି ମାଫିଆ ମାନେ ନେଉଛନ୍ତି, ହେଲେ ଗଣିଆ ପ୍ରଶାସନ ଚୁପୁ ହୋଇ ବସିଛି, ସୂଚନା ଅନୁସାରେ ଗଣିଆ ଚଉବଙ୍ଗ ଛକ ଦେଇ ପ୍ରତେକ ଦିନ ରାତ୍ର 8ଘଟିକା ରୁ ସକାଳ ପର୍ଯ୍ୟନ୍ତ ଚୋରା ରେ ପଥର ଯାଉଛି, ହେଲେ ଗଣିଆ ପ୍ରଶାସନ ଅଧିକାରୀ ମାନେ ଚୁପୁ ହୋଇ ବସିଛନ୍ତି,ଗଣିଆ ବଜ଼ାର ରେ ଜନସାଧାରଣ କହିବା କଥା ଯଦି ଗରିବ ଲୋକ ମାନେ ଘର ନିର୍ମାଣ କରିବାକୁ ଆଣୁଥିଲେ ଗଣିଆ ପ୍ରଶାସନ ଅଧିକାରୀ ମାନେ ମୋଟା ଅଙ୍କର ଟଙ୍କା ଜୋରିମାନା ଦିଅନ୍ତି, ହେଲେ ବଡବଡିଆ ବାବୁ ଓ ଖଣି ମାଫିଆ ମାନେ ଦିନ ଓ ରାତି ରେ ଟ୍ରକ, ହାୟା, ଟ୍ରାକଟର ରେ ନେଉଁ ଥିଲେ ମଧ୍ୟ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରୁନାହିଁ, ଆପଣ ମାନେ ଏହି ଫଟୋ କୁ ଦେଖିଲେ ଜାଣିପାରିବ, ଗଣିଆ ବ୍ଲକ ରେ ଜ଼ିଲ୍ଲାପାଳ ଙ୍କ ନିର୍ଦେଶ କୁ ଗଣିଆ ପ୍ରଶାସନ ମାନୁନାହାନ୍ତି, ଗଣିଆ ବ୍ଲକ ରେ ଗରିବ ଲୋକ ମାନଙ୍କ ପାଇଁ ଗୋଟିଏ ନ୍ୟାୟ ଓ ଧନୀ ଲୋକ ମାନଙ୍କ ପାଇଁ ଗୋଟିଏ ନ୍ୟାୟ ବୋଲି ଚର୍ଚ୍ଚା ର ବିଷୟ ପାଲିଟିଛି, ରାଜ୍ୟ ସରକାର ଓ ଜ଼ିଲ୍ଲା ପ୍ରଶାସନ ଅଧିକାରୀ ମାନେ ପଥର ଚୋରି ଉପରେ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବୀ ହେଉଛି, ଆମ ଚାନେଲ ରେ ଖବର ପ୍ରସାରଣ ହେଲା ପରେ ରାଜ୍ୟ ସରକାର ଓ ଜ଼ିଲ୍ଲା ପ୍ରଶାସନ ପଥର ଖଣି ମାଫିଆ ଙ୍କ ବିରୁଦ୍ଧରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ