ଗଣିଆ ( ମନୋଜ ମଳିକ ) : ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଆଡ଼କଟା ଗ୍ରାମ ପଂଚାୟତ ରେ ଥିବା ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ 30ତମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି ବୋଲି ଜଣାପଡିଛି, ଏହି ମେଳା ରେ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା, ଜ଼ିଲ୍ଲାପରିଷଦ ସଭ୍ୟ ଶ୍ରୀ ନରେଶ ବେହେରା, ଆଡ଼କଟା ସରପଞ୍ଚ ଶ୍ରୀମତୀ ସୁବାସିନୀ ବାରିକି, ବିଜ୍ଞାନ ମେଳାରେ ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ରାଉତ, ସଂଗଠନ ସମ୍ପାଦକ ଅରବିନ୍ଦ ମହାଳିକ ପ୍ରମୁଖ ଅଧ୍ୟାପକ ପ୍ରହଲ୍ଲାଦ ପ୍ରଧାନ ଉପସ୍ଥିତ ଥିଲେ, ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ବିଜ୍ଞାନ ମେଳା କୁ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନେ ଆଣିଥିବା ପ୍ରକଳ୍ପ ଗୁଡିକ ପରିଦର୍ଶନ ଲାରିଥିଲେ, ଆଜିର ଏହି ବିଜ୍ଞାନ ମେଳା ରେ ପ୍ରାୟ 128ଗୋଟି ପ୍ରକଳ୍ପ ଆଣିଥିଲେ ମଧ୍ୟ 9ଗୋଟି ପ୍ରକଳ୍ପ ଜ଼ିଲ୍ଲା ସ୍ତରୀୟ ମନୋନୀତ ହେବ ବୋଲି ଜଣାପଡୁଛି, ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଦର୍ଶନ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ କୁମାର ବେହେରା, ଶିକ୍ଷକ ବାମନ ବାରିକି, ପ୍ରଫୁଲ୍ଲ କୁମାର ମିଶ୍ର, ଶୋଭନ କୁମାର ପଣ୍ଡା, ସୁନୀଲ କୁମାର ସାହୁ, ପ୍ରତାପ କୁମାର ପାଣିଗ୍ରାହୀ, ଶଙ୍କର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ, ଏହା ସହିତ ବିଭିନ୍ନ ଦା୍ୟୁତ ରେ ଥିବା ସିଆର ସି ସି ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ,ଅପରାହ୍ନ ସମୟରେ ବିଜ୍ଞାନ ମେଳା ର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଣିଆ ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା, ମୁଖ୍ୟ ବକ୍ତା ଭାବେ ଗଣିଆ ବିଡ଼ିଓ ଡା, ବେବିତା ମଞ୍ଜରୀ ନାୟକ, ମଣ୍ଡଳ ସାଧନା କେନ୍ଦ୍ର ସଂଯୋଜକ ବିନୋଦିନୀ ପଣ୍ଡା, ଅତିରିକ୍ତ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା, ଅତିରିକ୍ତ ଶିକ୍ଷା ଅଧିକାରୀ ନିରୁପମା ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ପ୍ରସନ କୁମାର ସେଣ, ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଉତରାୟ, ପ୍ରଧାନ ଶିକ୍ଷକ ଶ୍ରୀ ଅରବିନ୍ଦ ମହାଳିକ ଉପସ୍ଥିତ ରହି କୁନି ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ