January 30, 2026

Utkal Sambad

ଗଣିଆ ବ୍ଲକ ବିଭିନ୍ନ ସ୍ଥାନ ରେ ରଥଯାତ୍ରା ପାଳିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ବିଭିନ୍ନ ସ୍ଥାନ ରେ ରଥଯାତ୍ରା ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଗଣିଆ ବ୍ଲକ ଗଣିଆ, ବେଲପଡା ପାଟଣା, ଜଗନ୍ନାଥ ପ୍ରସାଦ, ବେଠିଆ ସାହି ରେ ରଥଯାତ୍ରା ଧୂମୁ ଧାମ ରେ ପାଳନ କରାଯାଉଛି, ସକାଳୁ ସକାଳୁ ଜଗନ୍ନାଥ ମନ୍ଦିର ରେ ଜଗନ୍ନାଥ ଙ୍କ ରୀତିନୀତି କରାଯାଇ ତିନି ଠାକୁର କୁ ପହଣ୍ଡି କରିବା ପରେ ମହାରାଜା ଆସି ଛେରାପହରା କଲା ପରେ ତିନି ଠାକୁର କୁ ରଥ ଟଣା ଆରମ୍ଭ ହୁଏ, ରଥଯାତ୍ରା ଦେଖି ବାକୁ ହଜାର ହଜାର ଭକ୍ତ ମାନଙ୍କ ଗହଳି ଦେଖିବାକୁ ମିଳିଥିଲା, ରଥ ଆଗରେ ସଂକ୍ରିତନ ସହିତ ବିଭିନ୍ନ ପ୍ରକାର ନାଚ ଗୀତ କରି ଆସୁଥିଲେ, ତିନି ଠାକୁର କୁ ମାଉସୀ ମା ମନ୍ଦିର କୁ ଟାଣି ଟାଣି ଆଣିଥିଲେ,ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗଣିଆ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା,