October 11, 2025

Utkal Sambad

ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ଧୂମୁଧାମରେ ପାଳନ କରାଯାଇଛି,ସୂଚନା ଅନୁସାରେ ଗଣିଆ ବ୍ଲକ ଅଫିସ, ତହସିଲ ଅଫିସ, ଥାନା, ମେଡିକାଲ, ପ୍ରତେକ ପଂଚାୟତ ଅଫିସ, ରାଜସ୍ବ ନିରୀକ୍ଷକ ଅଫିସ, ବିଭିନ୍ନ ସ୍କୁଲ ଓ କଲେଜ ରେ 79ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି,ଗଣିଆ ବ୍ଲକ ରେ ଥିବା କିଶୋର ଚନ୍ଦ୍ର ନୋଡାଲ ହାଇସ୍କୁଲ ରେ 79ତମ ସ୍ୱାଧୀନତା ପାଳିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଣିଆ ବ୍ଲକ ର ଚେୟାରମ୍ୟାନ ଶ୍ରୀମତୀ ଝୁନା ଜେନା, ସନମାନିତ ଅତିଥି ଭାବେ ଗଣିଆ ତହସିଲଦାର ତଥା ବିଡ଼ିଓ ପ୍ରୀତିବାଳା ରଣା, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ରାଉତରାୟ, ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡ ସେନ, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ବିଭିନ୍ନ ସ୍କୁଲ ଓ କଲେଜ ରୁ ଆସିଥିବା ଛାତ୍ରଛାତ୍ରୀ ମାନେ ପ୍ୟାରେଡ ରେ ଭାଗ ନେବା ସହିତ ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ ଥିଲେ, ଏହି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା, ପରେ ମିଷ୍ଟାନ ବଣ୍ଟନ କରାଯାଇଥିଲା,