ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବିଜୟ ନଗର ଉର୍ନତି ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ଧୂମୁଧାମରେ ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି, ସରକାର ଓ ଗଣଶିକ୍ଷା ବିଭାଗ ନିର୍ଦେଶ କ୍ରମେ ବିଜୟ ନଗର ସ୍କୁଲ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସକାଳୁ ଆସି ବିଦ୍ୟାଳୟ କୁ ସଜାସଜି କରି ଝୋଟି ପକାଇବା ସହିତ ବିଦ୍ୟାଳୟ ଗେଟରେ ଫୁଲ ଓ ବେଲୁନୁ ଲଗାଇ ବିଶେଷ ଆକ୍ରଷଣ କରାଯାଇଥିଲା, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ସଚେତନ କରିଥିଲେ, ପରେ ସ୍କୁଲ କୁ ଆସି ପିଲା ମାନଙ୍କର ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା, ପରେ ଛୋଟ ପିଲା ମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କନ୍ୟାକୁମାରୀ ବେହେରା, ଶିକ୍ଷକ ପ୍ରତାପ କୁମାର ସାହୁ, ଶିକ୍ଷୟତ୍ରୀ ସଂଯୁକ୍ତା ଦେଇ,ସଯୁକ୍ତା କୁମାରୀ ନନ୍ଦ ରଣୁବାଳା ଲେଙ୍କା ଉପସ୍ଥିତ ରହିବା ସହିତ ଅଭିବାହକ ମାନେ ଉପସ୍ଥିତ ଥିଲେ,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ