June 26, 2025

Utkal Sambad

ଗଣିଆ ବ୍ଲକରେ ସ୍ୱର୍ଗତ ରୁଦ୍ରମାଧବ ରାୟଙ୍କ ୮୮ତମ ଜନ୍ମ ଜୟନ୍ତୀ ପାଳିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ପୂର୍ବତନ ସାଂସଦ ମହାନ ଜନନାୟକ ତଥା ତୁଙ୍ଗ ନେତା ସ୍ୱର୍ଗତ ରୁଦ୍ରମାଧବ ରାୟ ଙ୍କ ୮୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି, ଆଜି ସକାଳୁ ସକାଳୁଗଣିଆ ବ୍ଲକ ର ରୁଦ୍ର ପ୍ରେମୀ ଏକତ୍ରିତ ହୋଇ ଗଣିଆ ଗାନ୍ଧୀ ଛକ ଉପରେ ଥିବା ପୂର୍ବତନ ସାଂସଦ ଶ୍ରୀ ରୁଦ୍ରମାଧବ ରାୟ ଙ୍କ ମୂର୍ତ୍ତି ରେ ମାଲ୍ୟାପର୍ଣ କରାଯାଇଥିଲା,ତାଙ୍କର ଅମର ଆତ୍ମା ର ସଦଗତି କାମନା କରାଯିବା ସହିତ ତାଙ୍କର ଅବଦାନ ସମ୍ପର୍କ ରେ ବିସ୍ତୁତ୍ୱ ଆଲୋଚନା କରିଥିଲେ, ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଅଧକ୍ଷ ତଥା ସମାଜ ସେବୀ ସଦାଶିବ ମିଶ୍ର, ପୂର୍ବତନ ଜ଼ିଲ୍ଲାପରିଷଦ ମହେଶ୍ୱର ମହାରଣା, ପୂର୍ବତନ ସରପଞ୍ଚ ବ୍ରଜମୋହନ ମିଶ୍ର, ଜଗନ୍ନାଥ ମିଶ୍ର, ଅଜୟ କୁମାର ଲେଙ୍କା, ଦଣ୍ଡଧର ଦାସ, ଅନ୍ତର୍ଯ୍ୟାମୀ ସାହୁ, ଲଷ୍ମୀକାନ୍ତ ସାହୁ, ବିଶ୍ଵରଞ୍ଜନ ସାହୁ ଉପସ୍ଥିତ ଥିଲେ|