June 27, 2025

Utkal Sambad

ଗଣିଆ ବ୍ଲକରେ ଥିବା ପ୍ରତେକ ଶୈବ ପୀଠରେ ଭକ୍ତଙ୍କ ଭିଡ଼

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ଶୈବ ପୀଠ ଗୁଡିକ ରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା, କାର୍ତ୍ତିକ ମାସ କୁ ଧର୍ମ ମାସ ବୋଲି ହିନ୍ଦୁ ଧର୍ମ ରେ ଉଲେଖ ରହିଅଛି, ତେଣୁ କାର୍ତ୍ତିକ ମାସରେ ପ୍ରତେକ ମଦିର ଗୁଡିକ ରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା, ଗଣିଆ ବ୍ଲକ ରେ ରାଉତପଡା ଶିବମନ୍ଦିର, ଡଙ୍କାରିସାହି ଶିବ ମନ୍ଦିର, କିଶୋର ପ୍ରସାଦ ଶିବ ମନ୍ଦିର, ଜଗନ୍ନାଥ ପ୍ରସାଦ ଶିବ ମନ୍ଦିର ଗୁଡିକ ରେ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା, ପ୍ରତେକ ଶିବ ମନ୍ଦିର ଗୁଡିକ ରେ ମାତୃମଣ୍ଡଳୀ ସହିତ ରାମନାଟକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି, ଏହି କାର୍ଯ୍ୟକ୍ରମ ଗୁଡିକ ପ୍ରତେକ ଶୈବ ପୀଠ ର କମିଟି ସହିତ ଗ୍ରାମ ବାସୀ ମାନେ ସହଯୋଗ କରିବା ସହିତ ଗଣିଆ ଥାନା ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ତଦାରଖ କରୁଛନ୍ତି, ବିଭିନ୍ନ ଶୈବ ପୀଠ ଗୁଡିକରେ ପ୍ରସାଦ ବ୍ୟବସ୍ଥା କରାଯାଇଛି |