March 13, 2026

Utkal Sambad

ଗଣିଆ ବିଦ୍ୟୁତ ବିଭାଗ ଅଫିସରୁ ଚୋରି

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଗଣିଆ ୧୧ କେଭି  ବିଦ୍ୟୁତ ବିଭାଗ ପରିସରୁ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଚୋରି ହୋଇଛି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ବିଦ୍ୟୁତ ବିଭାଗ ଅଫିସ ଭିତରେ ଥିବା ଟ୍ରାନ୍ସଫର ରୁ ଖୋଲି ସେଥିରୁ ତମ୍ବା ତାର ଖୋଲି କେହି ଦୁର୍ବୁତ୍ତ ଚୋରି କରି ନେଇ ଯାଇଛି ବୋଲି ଜଣାପଡିଛି, ଏନେଇ ବିଭାଗ ତରଫରୁ ଏତେଲା ଦିଆଯାଇଛି, ଅଭିଯୋଗ ପାଇଲା ପରେ ଗଣିଆ ପୋଲିସ ଅଧିକାରୀ ମାନେ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଜାରୀ ରଖିଛନ୍ତି, ଏହି ଚୋରିରେ କିଏ ସମ୍ପୂକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି, ଚୋର ଙ୍କୁ ଗଣିଆ ପୋଲିସ କେବେ ଧରୁଛି ତାହା ଦେଖିବାକୁ ବାକି ରହିଲା |