March 18, 2026

Utkal Sambad

ଗଣିଆ ଜଗନ୍ନାଥ ମନ୍ଦିର ପରିସରରେ ବିମଳା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପରିସରରେ ମା ବିମଳା ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଗତକାଲି ଠାରୁ ମହା ସମାରୋହ ରେ ପାଳିତ ହୋଇଯାଇଛି, ଆଜକୁ ଦୀର୍ଘ ଦିନ ହେଲା ଗଣିଆ ଗ୍ରାମରେ ଚତୃର୍ଦ୍ଧା ମୂର୍ତ୍ତି ପୂଜା ପାଉଛନ୍ତି, ଚଳିତ ବର୍ଷ ମାର୍ଚ୍ଚ 4ତାରିଖ ଠାରୁ 6ତାରିଖ ପର୍ଯ୍ୟନ୍ତ ମା ବିମଳା ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଅଛି, ଗତକାଲି ଗର୍ଭାଧାନ ଓ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ହେଉଥିଲା, ଆଜି ସକାଳୁ ମୁଖ୍ୟ ନ୍ୟାସୀ ଅକ୍ଷୟ କୁମାର ସାହୁ ଙ୍କସହିତ ଉର୍ଦ୍ଧ ମହିଳା ପୁରୁଷ ଭକ୍ତ ମାନେ ମହାନଦୀ ରୁ କଳସ ଧରି ଗଣିଆ ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲେ, ପରେ ସୂର୍ଯ୍ୟ ପୂଜା, ଗୋ ପୂଜା, କରିସାରିଲା ପରେ ଅଗ୍ନି ସ୍ଥାପନ ଆରମ୍ଭ ହୋଇ ଥିଲା, ବିଗ୍ରହ କୁ ଗର୍ଭାଧାନ ରୁ ବାହାର କରି ସ୍ଲାନ ପରେ ନିଦ୍ରା ଘଟରେ ରଖା ଯାଇଛି, ଆସନ୍ତା କାଲି ଗୁରୁବାର ଦିନ ନ୍ୟାସ ଓ ମନ୍ଦିର ପ୍ରବେଶ କରାଯାଇ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି, ଆଜି ସକାଳୁ ସକାଳୁ ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଛି, ତିନିଦିନ ଧରି ନାମଯଜ୍ଞ, ଘୃତ ଯଜ୍ଞ, ଅନଯଜ୍ଞ, ଚାଲୁ ରହିଛି, ତେଣୁ ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେବା ପାଇ ମନ୍ଦିର କମିଟି ତରଫରୁ ନିବେଦନ କରାଯାଇଛି,