March 18, 2026

Utkal Sambad

କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗ ୱାର୍ଡ ଡଷ୍ଟବିନରୁ ମିଳିଲା ନବଜାତକଙ୍କ ମୃତଦେହ

ଭୁବନେଶ୍ୱର: ମହିଳାଙ୍କୁ ସଶକ୍ତ କରିବା ଲାଗି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଯାଏ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଏବେ ବି ଅଲୋଡା ଶିଶୁକନ୍ୟା। ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲର ଏକ ଡଷ୍ଟବିନରୁ ଏକ ନବଜାତ ଶିଶୁର ମୃତଦେହ ମିଳିଛି। ହସ୍ପିଟାଲର ଶିଶୁ ବିଭାଗ ୱାର୍ଡ ନିକଟରେ ଥିବା ଏକ ଡଷ୍ଟବିନରୁ ନବଜାତକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଡାକ୍ତରଖାନା ଆସିଥିବା କିଛି ଲୋକ ମୃତଦେହକୁ ଡଷ୍ଟବିନରେ ଦେଖି ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇଥିଲେ। ଖୁବ ଶୀଘ୍ର ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଘଟଣାକୁ କ୍ୟାପିଟାଲ ପୋଲିସକୁ ଜଣାଇଥିଲେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ନବଜାତ ଶିଶୁଟିର ମୃତଦେହକୁ କିଏ ଡଷ୍ଟବିନରେ ପକାଇ ଦେଇଛି ଜାଣିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି।