March 18, 2026

Utkal Sambad

କ୍ରିକେଟରୁ ଅବସର ନେବେ ଶିଖର ଧାୱନ 

ନୂଆଦିଲ୍ଲୀ: ପ୍ରାୟ ଦେଢ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ନିଜର ଶକ୍ତି ପ୍ରଦର୍ଶନ କରିବା ପରେ ଟିମ ଇଣ୍ଡିଆର ଗବର ତଥା ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବତନ ଭାରତୀୟ ଓପନର୍‌ ଅବସର ନେବା ପରେ ସୋମବାର ଲିଜେଣ୍ଡସ୍‌ ଲିଗ କ୍ରିକେଟ (ଏଲଏଲସି)ରେ ଯୋଗ ଦେଇଥିଲେ। ଏହି ୩୮ ବର୍ଷୀୟ ଖେଳାଳି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।  ମୁଁ ମୋର କ୍ରିକେଟ ସାଙ୍ଗମାନଙ୍କ ସହିତ ଯୋଡି ହେବା ଏବଂ ଆମର ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିବା ପାଇଁ ଅପେକ୍ଷା କରିଛି, କାରଣ ଆମେ ସବୁ ମିଶିକି ନୂଆ ସ୍ମୃତି ସୃଷ୍ଟି କରିବୁ। ସେ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ବ୍ୟତୀତ ଟି -୨୦ଲିଗରେ ଖେଳିପାରନ୍ତି।ଧାୱନ ଜାରି ହୋଇଥିବା ବିବୃତ୍ତିରେ କହିଛନ୍ତି, ମୁଁ ଏବେ ବି ଖେଳିବାକୁ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ଅଛି। ଯଦିଓ ମୁଁ ମୋର ନିଷ୍ପତ୍ତିରେ ସନ୍ତୁଷ୍ଟ, କ୍ରିକେଟ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ଏବଂ ରହିବ।