ଅନୁଗୁଳ: ସମୟ ସହିତ ଉନ୍ନତି ହୋଇଛି ଚିକିତ୍ସା ବିଜ୍ଞାନ। ବର୍ତ୍ତମାନ ଅତ୍ୟାଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା କରାଯାଇପାରୁଛି । Artificial intelliegnce (AI) ଏବଂ ରୋବୋଟିକ୍ ପଦ୍ଧତିରେ କିଭଳି ବିଭିନ୍ନ ପ୍ରକାର ଆଣ୍ଠୁ ଅପରସେନ୍ କରାଯାଇ ପାରୁଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ଏକ କର୍ମଶାଳା ଅନୁଗୁଳର ହୋଟେଲ ପ୍ରଶାନ୍ତିଠାରେ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ଅନେକ ବୁଦ୍ଧିଜୀବି, ଡାକ୍ତର ଏବଂ ଆଣ୍ଠୁ ସର୍ଜରୀ ହୋଇଥିବା ରୋଗୀମାନେ ଯୋଗଦାନ କରିଥିଲେ।
କେୟାର ହସ୍ପିଟାଲର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ସନ୍ଦୀପ ସିଂହଙ୍କ ମତରେ ପାରମ୍ପରିକ ସର୍ଜରୀ ତୁଳନାରେ Artificial Intelligence (AI) ଏବଂ ରୋବୋଟିକ୍ ପଦ୍ଧତିରେ ଅପରେସନ୍ କଲେ ଏହାର ସଫଳତା ହାର ବେଶ୍ ଅଧିକ। ଏଥିରେ ରୋଗୀଙ୍କୁ ଅଧିକ ଦିନ ହସ୍ପିଟାଲରେ ରହିବାକୁ ପଡ଼ିନଥାଏ ଏବଂ ଶୀଘ୍ର ପୂର୍ବ ଭଳି ନିଜର ସମସ୍ତ କାମ ନିଜେ କରିପାରିବେ। ଆଣ୍ଠୁ ପ୍ରତିରୋପଣଠାରୁ ଆରମ୍ଭ କରି କ୍ରୀଡା ଜନିତ ଆଘାତର ସଫଳ ଚିକିତ୍ସା Al ଏବଂ ରୋବୋଟିକ୍ ପଦ୍ଧତିରେ କରାଯାଇପାରୁଛି।
ଡଃ ଲୋକନାଥ ଦାଶ ( ଏଭିପି) ରୋଗୀମାନଙ୍କର ସଫଳ ଚିକିତ୍ସା ପାଇଁ ଅଭିନବ ଟେକ୍ନୋଲୋଜି ଗ୍ରହଣ କରିବାକୁ ହସପିଟାଲର ପ୍ରତିବଦ୍ଧତା ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି । କେୟାର ହସ୍ପିଟାଲ ଶୀଘ୍ର Artificial Intelligence (AI) ଏବଂ ରୋବୋଟିକ୍ ପଦ୍ଧତି ଗ୍ରହଣ କରିଥିବାରୁ ସେ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଥିଲେ। ରୋଗୀମାନଙ୍କୁ ସର୍ବନିମ୍ନ ଜଟିଳତା, ଶୀଘ୍ର ଆରୋଗ୍ୟଲାଭ ସହ ସର୍ବୋତ୍ତମ ସାମ୍ଭାବ୍ୟ ଚିକିତ୍ସା ଯୋଗାଇବା ଆମର ନିରନ୍ତର ପ୍ରୟାସ ଅଟେ ବୋଲି ସେ ପ୍ରକାଶ କରିଥିଲେ । ଏହି ପଦ୍ଧତିରେ ଚିକିତ୍ସା କରାଇଥିବା ରୋଗୀମାନେ ନିଜର ଅଭିଜ୍ଞତା ବାଣ୍ଟିବା ସହ ଏହି ଅତ୍ୟାଧୁନିକ ପଦ୍ଧତି ଦ୍ଵାରା ଶୀଘ୍ର ଆରୋଗ୍ୟ ଲାଭ କରିପାରୁଥିବା କଥା ପ୍ରକାଶ କରିଥିଲେ। ଏହି ଟେକ୍ନୋଲୋଜିକୁ ସ୍ୱାସ୍ଥ୍ୟ ସେବାରେ ଯୋଡିବା ପାଇଁ ଚାଲିଥିବା ପ୍ରୟାସ ଏକ ଗୁରୁତ୍ଵପୂର୍ଣ ମାଇଲଖୁଣ୍ଟ ଯାହା ରୋବୋଟିକ୍ସ ଅର୍ଥୋପେଡିକ୍ଟର ଭବିଷ୍ୟତକୁ କିଭଳି ରୁପ ଦେଉଛି ତାହା ଦର୍ଶାଇବ। ଅନୁଗୁଳ, ତାଳଚେର ଏବଂ ନିକଟବର୍ତ୍ତୀ ଶିଳ୍ପାଞ୍ଚଳ ପାଇଁ କେୟାର ହସପିଟାଲ ହେଉଛି ପସନ୍ଦଯୋଗ୍ୟ ବିକଳ୍ପ । ଏଠାରେ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଅଧିନରେ ରୋଗୀମାନଙ୍କୁ ଚିକିତ୍ସା କରାଯାଊଥିବା ସହ ସମସ୍ତ ବୀମା ଏବଂ ଟିପିଏ ପଲିସି ପାଇଁ ନିରନ୍ତର ସେବା ପ୍ରଦାନ କରାଯାଉଛି। ବିସ୍ଵସ୍ତ ଏବଂ ବିସ୍ତୃତ ସ୍ବାସ୍ଥ୍ୟ ସେବା ପାଇଁ କେୟାର ହସପିଟାଲକୁ ଚୟନ କରିପାରିବେ।
“ଭବିଷ୍ୟତରେ ଭାରତର ସ୍ଵାସ୍ଥ୍ୟସେବା (AI) ଏବଂ ରୋବେଟିକ୍ ପଦ୍ଧତି ଉପରେ ନିର୍ଭର କରିବ। ଏହା ଫଳରେ ଅନେକ ଜଟିଳ ଅପରେସନ୍ କରାଯାଇ ପାରିବ ଯାହାର ସଫଳତା ହାର ମଧ୍ୟ ବେଶ୍ ଅଧିକ ରହିବ। ଭାରତ ଏହି ଚିକିତ୍ସା ବିପ୍ଲବରେ ପ୍ରମୁଖ ଭୁମିକା ନେବା ପାଇଁ ପ୍ରସ୍ତୁତ, ରୋଗୀ ସେବା କ୍ଷେତ୍ରରେ ନୂତନ ମାନଦଣ୍ଡ ସୃଷ୍ଟି କରିବ।” ରୋବୋଟକ୍ ପଦ୍ଧତି ସାହାଯ୍ୟରେ ସଫଳତାର ସହିତ ଆଣ୍ଠୁ ଅପରେସନ୍ କରିବା କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ପାଇଁ ଏକ ଗୌରବର କଥା । ତା ସହିତ କେୟାର ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଅପରେସନ୍ ଥିଏଟର ଏବଂ ଅଭିଜ୍ଞ ଡାକ୍ତର ଓ ନର୍ସଙ୍କ ଟିମ୍ ଦ୍ବାରା ଏହି ସଫଳତା ସମ୍ଭବ ହୋଇଛି। କେୟାର ହସ୍ପିଟାଲ ଭୁବନେଶ୍ଵରଠାରେ ଆଣ୍ଠୁ ଅପରେସନ୍ କରିବା ପାଇଁ ସମସ୍ତ ପ୍ରକାର ବୀମା କମ୍ପାନୀର ମଧ୍ୟ ସହଭାଗୀତା ରହିଛି।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା