କେମିତି ଅଛନ୍ତି ?
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଏବଂ ଆପଣମାନଙ୍କ ଦୟାରୁ ଭଲରେ ଅଛି l
୨୦୨୫ରେ କେଉଁ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ଆପଣ ?
୨୦୨୫ରେ ମୋ ପାଖରେ ୨ରୁ ୩ଟି ମେଗା ପ୍ରୋଜେକ୍ଟ ଅଛି l ଭଲ ପ୍ରଯୋଜକ ମିଳିଲେ ମୁଁ ଆରମ୍ଭ କରିବି l କାରଣ ଏହାକୁ ଏବେ ପ୍ରକାଶ କରିବା ଭଲ ନୁହେଁ l ଫ୍ଲୋରକୁ ଗଲେ ଆପଣମାନଙ୍କ ସମ୍ମୁଖରେ ଆମେ ଏହାକୁ ପ୍ରକାଶ କରିବୁ l
ଫିଲ୍ମ ଟି’ ପରେ କାହିଁକି ଆପଣଙ୍କ ସିନେମା ଆଉ ଆସୁ ନାହିଁ ?
ଦେଖନ୍ତୁ ସିନେମା ଆସୁ ନାହିଁ ବୋଲି ଆମେ କହିପାରିବା ନାହିଁ l କାରଣ ଗୋଟେ ସିନେମାକୁ ଷ୍ଟୋରୀ କନସିଭ କରିବାଠାରୁ ଲେଖିବା, ସ୍କ୍ରିନ ପ୍ଲେ, ଡାଇଲଗ ସବୁ କରିବାକୁ ମୁଁ ପ୍ରାୟ ୧ରୁ ୨ ବର୍ଷ ପାଖାପାଖି ସମୟ ନିଏ l କାରଣ ସିନେମା ଆମେ ଜନ ସାଧାରଣ ପାଇଁ କରୁଛୁ l ଦର୍ଶକଙ୍କୁ କେଉଁ ସ୍ୱାଦର ଫିଲ୍ମ ଭଲ ଲାଗିବ ସେଭଳି କାହାଣୀକୁ ଲୋକ ଲୋଚନକୁ ଆଣିବାକୁ ଟିକେ ସମୟ ଲାଗେ l କାହିଁକି ନା ଆମକୁ ରିସର୍ଚ୍ଚ କରିବାକୁ ବି ସମୟ ଆବଶ୍ୟକ l ନ ହେଲେ ଦର୍ଶକ କହିବେ ଏହା କପି କରି କେଉଁ ସିନେମାରୁ ଆଣିଛୁ l ଆମର ମୂଳ ଉଦ୍ଦେଶ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା l ଭଲ କାହାଣୀ ଦେବା ଆଉ ଲୋକଙ୍କୁ ହଲ ପ୍ରତି ଆକୃଷ୍ଟ କରାଇବା l ବାକି ଫିଲ୍ମ ହେବା ପରେ ଦର୍ଶକ କହିବେ l
ଆପଣ ଓଡିଶା ବାହାରେ ବି ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଶା ଆଉ ଓଡ଼ିଶା ବାହାରେ କଣ ଫରକ ରହିଛି ?
ସର୍ବ ପ୍ରଥମେ ବଜେଟର ବହୁତ ଫରକ ରୁହେ l ଆଉ ନିର୍ଦ୍ଦେଶନାରେ ସିନେମା କିଭଳି ଭଲ ହେବ ତାହା ମୋର ମୂଳ ଲକ୍ଷ୍ୟ l ଆଉ ବାହାରେ ଯେଉଁ ସିନେମା କରିଛି ଆମର ଯେଉଁ କ୍ରୁ ମେମ୍ବର ରହିଛନ୍ତି ସେମାନେ ବହୁ ପ୍ରଫେସନାଲ ଭାବେ କାମ କରିଥାନ୍ତି l
ଆପଣଙ୍କ ମତରେ ଏବେ ଓଲିଉଡ଼ କେଉଁଠି ?
ଦେଖନ୍ତୁ ଓଲିଉଡ଼ ତ ମୋ ମତରେ ଯେବେ ଠୁ ମୁଁ ଓଡିଶା ଆସିଲିଣି ଲୋକେ ଏଠାରେ ଚେଷ୍ଟା କରୁଛନ୍ତି ନୂଆ ଧରଣର କରିବାକୁ l ମାତ୍ର ଆମ ମେକିଂରେ କେଉଁଠି ଭୁଲ ରହୁଛି କି କ’ଣ ରହୁଛି ତାହା ଦର୍ଶକ କହି ପାରିବେ l ମୋ ମତରେ ଷ୍ଟୋରୀ ଟେଲିଂ, ସ୍କ୍ରିନ ପ୍ଲେ ଯଦି ଷ୍ଟ୍ରଙ୍ଗ ଥିବ ତେବେ ଦର୍ଶକ ଦେଖିବାକୁ ଆସିବେ l ଏହି ଭିତରେ କିଛି ଗ୍ୟାପ ରହୁଛି ଲାଗୁଛି l ଆଉ ମୋତେ ଲାଗୁଛି କି ଯେଉଁ ଭାବରେ ପ୍ରମୋସନ ହେବା କଥା ତାହା ହେଉନାହିଁ l ପ୍ରମୋସନ ଠିକ ଭାବେ କଲେ କିଛି ମାତ୍ରାରେ ହେବ ବୋଲି ଲାଗୁଛି l ଯଦି ଘରେ ଘରେ ପହଂଚିବ ତେବେ ମୋତେ ଲାଗୁଛି କି ଫିଲ୍ମ ହିଟ ହେବ ବୋଲି l ଏହାସହ ଯେଉଁ ପ୍ରଯୋଜକ ଅଛନ୍ତି କିମ୍ବା ନୂଆ ଆସୁଛନ୍ତି ସେମାନେ ବି ଫିଲ୍ମ କରିବାକୁ ଟିକେ ପଛ ଘୁଞ୍ଚା ଦେଉଛନ୍ତ l କାରଣ ସିନେମା ହଲରୁ ବ୍ୟବସାୟ ନ ହେଲେ ବି ସେଟଲାଇଟ ରାଇଟ୍ସ ଆଉ ଓଟିଟି ରାଇଟ୍ସରେ ପଇସା ଆସୁନାହିଁ ସେଥିପାଇଁ ଆମ ପ୍ରଯୋଜକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ବଡ଼ ବଜେଟର ସିନେମା କରିବାକୁ l
ଯେତିକି ବଡ଼ ଓଟିଟି ପ୍ଲାଟଫର୍ମ ବାହାରେ ଅଛି ଯେମିତି ଆମଜନ ହେଉ କିମ୍ବା ନେଟଫ୍ଲିକ୍ସ, ଜିଓ ସିଏନାମ, ଜୀ ୫ ଓଡିଶାର ସିନେମାକୁ ନ୍ୟାସନାଲ ମିଡିୟମରେ ସେତିକି ସପୋର୍ଟ କରୁନାହାନ୍ତି ଯେମିତି ଅନ୍ୟ ଭାଷାକୁ କରୁଛନ୍ତି l ହୁଏତ ଆମେ ସେଭଳି କିଛି ଫିଲ୍ମ ନିର୍ମାଣ କରି ପାରୁନାହୁଁ l ସରକାର ଯଦି ସବସିଡି ଯୋଗାଇ ଦିଅନ୍ତେ ତେବେ ଆଗ ଧାଡ଼ିର ପ୍ରଯୋଜକ ନୂଆ ନୂଆ ସିନେମା କରିବାକୁ ଆଗେଇ ଆସନ୍ତେ l ଏହା ସହ କିଛି ପଲିସି କରାଯାଉ ଯାହା ଫଳରେ ବାହାର ଫିଲ୍ମ ମେକରମାନଙ୍କୁ ଓଡ଼ିଶାରେ ସିନେମା କରିବାକୁ ଆକୃଷ୍ଟ କରିବ ।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା