June 26, 2025

Utkal Sambad

କାଳ ବୈଶାଖୀ ଯୋଗୁଁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ

ଗଣିଆ (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ରବିବାର ଦିନ ଅପରାହ୍ନ ୪ଟା ବେଳକୁ ଆରମ୍ଭ ହେଲା ବର୍ଷା ‌ସହିତ ପବନ ର କରାଳ ରୂପ। ଯାହା ଫଳରେ ଗଣିଆ ବ୍ଲକ୍ ଅନ୍ତର୍ଗତ ଆଡକଟା ଗ୍ରାମର ଅନେକ ବଡ ବଡ ଆମ୍ବ ଗଛ, ସହିତ ବିଦ୍ୟୁତ ଖୁଣ୍ଟି, ବାସଗୃହ ଭାଙ୍ଗି ରୁଜି ବିପଦ ସଙ୍କୁଳ ଅବସ୍ଥା ରେ ପରିଣତ ହୋଇଛି । ବହୁ ପୁରାତନ ଗଛ ଭାଙ୍ଗିବା ସହିତ କେତେକ ପ୍ରାକୃତିକ ଜଂଗଲ ମଧ୍ୟ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ବିଶେଷ ଭାବରେ ରାସ୍ତା ଉପରେ ବହୁ ଯାନବାହାନ କରୁଥିବା ବେଳେ ଏହାର ପ୍ରଭାବରେ କିଛି ସମୟ ପାଇଁ ବାଧକ ହୋଇ ଥିଲା ଯାତାୟତ। ଖବର ପାଇ ଗଣିଆ ଅଗ୍ନିଶମ ବିଭାଗ ଅବରୋଧ ରାସ୍ତା ରୁ ଭଗ୍ନ ଗଛ ହଟାଇବା ପରେ ଗାଡି ମୋଟର ଯାତାୟାତ କରିଥିଲା। କାଳବୈଶାଖି ପ୍ରଭାବରେ ବିଦ୍ୟୁତ୍ ଖମ୍ବ ଭାଂଗିଯିବା ଯୋଗୁଁ ବିଦ୍ୟୂତ୍ ସେବା ସ୍ବାଭାବିକ୍ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାଳ ବୈଶାଖୀ ଯୋଗୁଁ ଆକାଶରେ ଘରର ଚାଳ ଉଡିବା ଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ମାତ୍ର କିଛି ସମୟ ର ଏହି ବିକଟାଳ କରାଳ ରୂପ ଯୋଗୁଁ ବହୁ କ୍ଷୟ କ୍ଷତି ହୋଇଛି l