ଗଣିଆ -(ମନୋରଞ୍ଜନ ମଳିକ )-ଗତକାଲି ଶନିବାର ରାତ୍ରୀ ସମୟରେ ହଠାତ୍ ଆସିଥିବା ଭୟଙ୍କର କାଳବୈଶାଖୀ ର ପ୍ରବଳ ବେଗରେ ମାଡିଆସିଥିଲା ପବନ ସାଙ୍ଗକୁ ବର୍ଷା । ଗଣିଆ ବ୍ଳକ ର ବିଭିନ୍ନ ଅଞ୍ଚଳରେ ଘରଦ୍ୱାର , ବୃକ୍ଷ ଲତା ସହ ଇଲେକ୍ଟ୍ରିପୋଲ ଭାଙ୍ଗି ବହୁତ କ୍ଷୟ କ୍ଷତି କରିଥିବା ବେଳେ ଗଣିଆ ବ୍ଲକ ଅନ୍ତର୍ଗତ ରାସଂଗ ଗ୍ରାମ ପଞ୍ଚାୟତ ଅଧୀନ ଓସ୍ତିଆ ଗ୍ରାମର ସ୍ୱର୍ଗତ ସୁବଳ ନାଏକଙ୍କ ପତ୍ନୀ ରମା ନାଏକ ବାସକରୁଥିବା ଗୃହ ଉପରେ ବର୍ଷା ପବନରେ ଏକ ବିରାଟକାୟ ଲିମ୍ବ ଗଛ ଭାଙ୍ଗିଯାଇ ଗୃହ ଉପରେ ପଡ଼ିଯାଇଥିବାରୁ ଘରଟି ଭାଙ୍ଗି ସମ୍ପୂର୍ଣ୍ଣ ଅସୁରକ୍ଷିତ ଭାବେ ଥିବାରୁ ରାତିସାରା ରମା ଜୀବନ ବିକଳରେ ଘରର ବାରଣ୍ଡାରେ ରହିଥିବା ଦେଖିବାକୁ ମିଳିଛି । ସକାଳ ପାଇବାରେ ଖବର ପାଇ ଗଣିଆ ଅଗ୍ନିଶମ ବିଭାଗ ଉକ୍ତ ଘର ନିକଟରେ ପହଞ୍ଚି ଗଛଟିକୁ କାଟ କୁଟି କରି ସଫା କରିଥିବା ଜଣାଯାଇଛି । ରମା ଜଣେ ଅତି ଗରିବ ନିସହାୟ ହରିଜନ ସଂପ୍ରଦାୟର ମହିଳା ହୋଇଥିବାରୁ ପ୍ରଶାସନ ତରଫରୁ କ୍ଷତିପୂରଣ ଓ କିଛି ଆର୍ଥିକ ସାହାଯ୍ୟ ଯୋଗାଇଦେବା ସହିତ ନୂତନ ଗୃହ ଖଣ୍ଡିଏ ନିର୍ମାଣ କରିବାକୁ ପ୍ରଶାସନ ସାହାଯ୍ୟର ହାତ ବଢ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ