March 18, 2026

Utkal Sambad

କମଲା ହାରିସ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ: କମଳା ହାରିସ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ । ସୋସିଆଲ ମିଡିଆରେ ଉପରାଷ୍ଟ୍ରପତି ହାରିସ ସୂଚନା ଦେଇ କହିଛନ୍ତି, ପ୍ରତି ଭୋଟ ଜିତିବା ପାଇଁ ପ୍ରୟାସ କରାଯିବ। ତେବେ ଦଳ ତାଙ୍କୁ ବିଶ୍ବାସ କରିଥିବାରୁ କମଲା ହାରିସ ଖୁସୀ ବ୍ୟକ୍ତ କରିଛନ୍ତି। ଏଥର ଆମେରିକାରେ ଟ୍ରମ୍ପ- ହାରିସ ଲଢେଇ ଦେଖିବାକୁ ମିଳିବ। ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସ ରେସରୁ ଓହରିଯିବା ପରେ କମଲା ହାରିସଙ୍କୁ ସେ ନିଜ ସମର୍ଥନ ଜଣାଇଥିଲେ । କମଲା ହାରିସ ମଧ୍ୟ ଏଥିପାଇଁ ଜୋ ବାଇଡେନ ଏବଂ ପାର୍ଟିକୁ କୃତଜ୍ଞତା ଜଣାଇଛନ୍ତି। ଯଦି ହାରିସ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମା ରାଷ୍ଟ୍ରପତି ପଦ ଲାଗି କମଲାଙ୍କୁ ସମର୍ଥନ ଜଣାଇଥିଲେ।