October 12, 2025

Utkal Sambad

କବି ରାମକାନ୍ତ ରଥଙ୍କ ଦେହାନ୍ତ ଭାରତୀୟ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି – ଡ ସୁନୀତି ମୁଣ୍ଡ

ପ୍ରଶାସନ, ସାହିତ୍ୟ, ସଂସ୍କୃତି ଏବଂ ମାନବିକତାର ପ୍ରତୀକ ଥିବା ରଥଙ୍କ ବିୟୋଗରେ ଓଡିଆ ସାହିତ୍ୟରେ ଏକ ଯୁଗର ସମାପ୍ତ |
-ରମାକାନ୍ତ ଙ୍କ ଦେହାନ୍ତ ରେ ସୁନୀତି ଶୋକ ପ୍ରକାଶ କଲେ।

ଭୁବନେଶ୍ୱର: ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ, ଲେଖକ, ସମ୍ପାଦକ, ପ୍ରକାଶକ ଡକ୍ଟର ସୁନୀତି ମୁଣ୍ଡ 91 ବର୍ଷ ବୟସରେ କବି ରମାକାନ୍ତ ରଥଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ରମାକାନ୍ତ ରଥଙ୍କ ମୃତ୍ୟୁ ଭାରତୀୟ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ରଥଙ୍କ ଦେହାନ୍ତ ହେବା ପରେ ଓଡିଆ ସାହିତ୍ୟରେ ଏକ ଯୁଗର ଶେଷ ହୋଇଯାଇଛି। ଡ ସୁନୀତି ମୁଣ୍ଡ ଆଜି ଭୁବନେଶ୍ୱରରେ ତାଙ୍କ ବାସଭବନରେ ପହଞ୍ଚି ମୃତ ଦେହର ଶେଷ ଦର୍ଶନ କରିଥିଲେ ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

କବି ରଥଙ୍କ ସହ ସୁନୀତି ନିୟମିତ ଯୋଗାଯୋଗରେ ଥିଲେ। ସେ ତାଙ୍କ କବିତ୍ଵ ତଥା ଜୀବନୀକୁ ନେଇ ବିଭିନ୍ନ ମିଡିଆରେ କାମ କରିଥିଲେ।
ଡ ମୁଣ୍ଡ କହିଛନ୍ତି ଯେ ପ୍ରତ୍ୟେକ ଥର ତାଙ୍କୁ ଭେଟିବାବେଳେ ତାଙ୍କ ଠାରୁ ସବୁବେଳେ କିଛି ନୂଆ ଶିଖିବାକୁ ମିଳୁଥିଲା। ସେ ମୋତେ ଭଲ ଲେଖିବାକୁ ସର୍ବଦା ପ୍ରେରଣା ଦେଉଥିଲେ |