March 18, 2026

Utkal Sambad

କନ୍ଧମାଳ ସାଂସଦ ଙ୍କ ପ୍ରତିଶୃତି ପରେ ଧାରଣା ଉଠିଲେ ଖଲିସରା ଗ୍ରାମବାସୀ,

ଗଣିଆ -ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତ୍ରଗତ କିଶୋର ପ୍ରସାଦ ଗ୍ରାମପଂଚାୟତ ର ଖଲିସରା ଗ୍ରାମବାସୀ ମାନେ ଆଜକୁ 6ଦିନ ହେଲା ଗଣିଆ ବ୍ଲକ ସମ୍ମୁଖୀରେ ଆମରଣ ଅନଶନ ବସିଥିଲେ,ହେଲେ କୌଣସି ପ୍ରଶାସନ ଆସିନଥିଲେ, କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଅନଶନ ସ୍ଥଳରେ ପହଁଚି ତୁମ ମାନଙ୍କର ଯାହା ଦାବୀ ରହିଛି ମୁ ସବୁ ଦାବୀ ବୁଝିବି ବୋଲି ପ୍ରତିଶୃତି ଦେଲା ପରେ ଖଲିସର ଗ୍ରାମବାସୀ ମାନେ ଧାରଣା ରୁ ଉଠିଥିଲେ, ଖଲିସରା ଗ୍ରାମବାସୀ ଙ୍କ ଦାବୀ ହେଉଛି ନୂତନ ଲଷ୍ମୀ ବସ ଷ୍ଟାଣ୍ଡ ଟି ଖଲିସରା ନାମ ଲେଖିବା ସହିତ ପ୍ରାଇଭେଟ ଜାଗାକୁ ସରକାର ଙ୍କ ନାମରେ ରେକଡ଼ କରାଯାଉ ବୋଲି ସାଂସଦ କୁ ଦାବୀ କରିଥିଲେ, ସାଂସଦ ପ୍ରତିଶୃତି ଦେଲେ ମୁ ବିଡ଼ିଓ କୁ ବୁଝିଲା ପରେ କହିବି, ତେବେ ଗଣିଆ ରେ ଆଲୋଚନା ହେଉଛି ଖଲିସରା ଗ୍ରାମବାସୀ ମାନେ ସିନା ଧାରଣା ରୁ ଉଠିଗଲେ, କେବେ ଦାବୀ ପୂରଣ ହେବ ଖଲିସରା ଗ୍ରାମବାସୀ ଦାବୀ ତାହା ଦେଖିବାକୁ ବାକି ରହିଲା,