ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କଂଗ୍ରେସ ତରଫରୁ 12ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଛି ବୋଲି ଜଣାପଡିଛି, ସୂଚନା ଅନୁସାରେ ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ କୁ ନ୍ୟାୟ ଦାବୀ ଓ ନାରୀ ନିର୍ଯାତନା ରୋକିବାରେ ବିଜେପି ସରକାର ର ବିଫଳତା ବିରୋଧ ରେ ଆଜି ଓଡିଶା ପ୍ରଦେଶ କମିଟି ର ନିର୍ଦେଶ କ୍ରମେ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅଂଚଳ ର ବରିଷ୍ଠ କଂଗ୍ରେସ ନେତା ସୁକାନ୍ତ କୁମାର ଶତପଥୀଙ୍କ ନେତୃତ୍ୱ ରେ ବନ୍ଦ ପ୍ରଭାବ ପଡିଛି, ସୁକାନ୍ତ କୁମାର ଶତପଥୀ ଙ୍କ ନେତୃତ୍ୱ ରେ ବହୁ କଂଗ୍ରେସ କର୍ମୀ ମାନେ ନାରାବାଜି କରିବା ସହ ବିଭିନ୍ନ ସ୍ଥାନ ରେ ଦୋକାନ, ବଜ଼ାର, ସ୍କୁଲ, କଲେଜ, ବିଭିନ୍ନ ଯାନବାହାନ, ଗୁଡ଼ିକ ଶାନ୍ତିପୂର୍ଣ୍ଣଭାବେ ବନ୍ଦ କରିଛନ୍ତି, ଏହି ବନ୍ଦ କୁ ଗଣିଆ ବଜ଼ାର କମିଟି, ଜନସାଧାରଣ ଲୋକ ମାନେ ସହଯୋଗ କରିଥିଲେ, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗଣିଆ ପୋଲିସ ସହଯୋଗ କରିଥିଲେ, ଗଣିଆ ରେ ସୁକାନ୍ତ କୁମାର ଶତପଥୀ ଙ୍କ ସମେତ ହଲିମ ଖାଁ, ପ୍ରଦୀପ କୁମାର ମହାପାତ୍ର,ପ୍ରସନ କୁମାର ସାହୁ, ତ୍ରିନାଥ ବେହେରା, ବାବୁନି ପରିଡା, ସହଯୋଗ କରିଥିଲେ,
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ