June 27, 2025

Utkal Sambad

ଓପିଟିସିଏଲ ଶ୍ରମିକ କର୍ମଚାରୀ ସଂଘର ସପ୍ତମ ବାର୍ଷିକ ଅଧିବେଶନ ପାଳିତ

ଭୁବନେଶ୍ୱର: ଓପିଟିସିଏଲ ଶ୍ରମିକ କର୍ମଚାରୀ ସଂଘର ସପ୍ତମ ବାର୍ଷିକ ଅଧିବେଶନ ପାଳିତ ହୋଇଯାଇଛି। ସଂଘର ପରାମର୍ଶଦାତା ପବିତ୍ର ମୋହନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଯୋଗ ଦେଇ ଓପିଟିସିଏଲ୍ ଟେକ୍ନିସିଆନ ମାନଙ୍କୁ ନେଇକି ଗଠନ ହୋଇଥିବା ସର୍ବ ପୁରାତନ ସଂଘର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହିତ କର୍ମୀ ମାନଙ୍କୁ ଏକଜୁଟ ହେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥ୍ ଭାବରେ ପୂର୍ବତନ ଏମ. ପି ତଥା ବରିଷ୍ଠ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ମହୋଦୟ ସଂଘର ସଫଳତାକୁ ମନେ ପକାଇବା ସହିତ, ସଙ୍ଗଠନରେ ବାନ୍ଧି ହୋଇ ରହିବାକୁ ପ୍ରତିନିଧୁ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରମୁଖ ଅତିଥି ଭାବେ ଓଡ଼ିଶା ଏନର୍ଜି ସେକ୍ଟର ର ସୁନାମ ଧନ୍ୟ ମୁଖ୍ୟ ମହାପ୍ରବନ୍ଧକ, ମାନବ ସମ୍ବଳ ବିକାଶ ବିଭାଗର ଚନ୍ଦ୍ର ଶେଖର ପ୍ରଧାନ ଯୋଗ ଦେଇ ସଂଗଠନ ଦେଇଥିବା ସବୁ ଦାବି ଗୁଡ଼ିକୁ ତତ୍ପରତା ର ସହ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଟ ଇଞ୍ଜିନିୟର ତ‌ଥା ଟ୍ରେନିଂ ସେଣ୍ଟର ଦିଲ୍ଲୀପ ଜେନା ଯୋଗ ଦେଇ ସଙ୍ଗଠନରେ ଥିବା ପ୍ରତ୍ୟେକ ସଭ୍ୟଙ୍କୁ ଯଥା ସମ୍ଭବ ସହଯୋଗ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ I ଓଡ଼ିଶା ବିଦ୍ୟୁତ୍ ସେକ୍ଟର୍ ର ଅନ୍ୟତମ ଲୋକପ୍ରିୟ ନେତା, ତଥା ରାଷ୍ଟ୍ରୀୟ ମଜଦୂର୍ ସଙ୍ଘର ଯୁଗ୍ମ ସାଧାରଣ ସମ୍ପାଦକ, ନିଖଳ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଏବଂ ଓପିଟିସିଲ ଶ୍ରମିକ କର୍ମଚାରୀ ସଂଘର ବରିଷ୍ଠ ପରାମର୍ଶଦାତା ଅକ୍ଷୟ କୁମାର ତ୍ରିପାଠି ମହୋଦୟ କର୍ମଚାରୀ ମାନଙ୍କ ମୁଖ୍ୟ ଦାବି ଉପରେ ଗଭୀର ଚିନ୍ତନ ପ୍ରକାଶ କରି, ମାନବ ସମ୍ବଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏଥି ସହିତ ସଂଘର ଅନ୍ୟ ବରିଷ୍ଠ ନେତୃବୃନ୍ଦ ମାନେ ଯଥା ସଭାପତି ନାରାୟଣ ଖୁଣ୍ଟିଆ, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ଭଟାଚର୍ଯ, ଉପ ସଭାପତି- ଅନନ୍ତ କିଶୋର ଜେନା, ଯୁଗ୍ମ ସଂପାଦକ- ଏମ ଏମ ଅର୍ଷଦ ଖାଲିଦ, ସଂଗଠନ ସଂପାଦକ – ବିଜୟ କୁମାର ସାହୁ ଏବଂ ମୁଖ୍ୟ ସଂଗଠନ ସଂପାଦକ- ଶ୍ରୀମନ୍ତ କୁମାର ଘୋସ ନିଜ ନିଜର ଅଭିଭାଷଣ ରଖିଥିଲେ ଏବଂ ଶ୍ରମିକ ମାନଙ୍କ ପ୍ରତି ହେଉଥିବା ଅନାୟର ଘୋର ନିନ୍ଦା କରିଥିଲେ I ପରିଶେଷରେ ସାଧାରଣ ସଚିବ ଶ୍ରୀ ବିରେନ୍ଦ୍ର ପ୍ରତାପ ରାୟ, କର୍ମଚରିମାନଙ୍କ ମୁଖ୍ୟ ଦାବି ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ, ସଭ୍ୟ ମାନଂକୁ ଏକଜୁଟ ହେଇ ରହିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ସଂଗ୍ରାମୀ ଭାଈ ଓ ଭଉଣୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।