June 27, 2025

Utkal Sambad

ଓଡିଶା ମେଡିକାଲ ସର୍ଭିସ ଆସୋସିଏସନର ସାଧାରଣ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର: ଓମସାର ବିଶାଳ ସାଧାରଣ ଅଧିବେଶନ ଓମସା ରାଜ୍ୟ ସଭାପତି ଡା. କିଶୋର ଚନ୍ଦ୍ର ମିଶ୍ର ଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି I ଏହି ସାଧାରଣ ଅଧିବେସନରେ ଓଡିଶାର ସବୁ ଜିଲ୍ଲାରୁ ବହୁ ଡାକ୍ତର ଯୋଗଦାନ କରି ସରକାର ଡାକ୍ତରଙ୍କ କୌଣସି ନାର୍ଯ୍ୟ ଦାବି ପୂରଣ କରୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ I ଆଗାମୀ ଏକ ମାସ ଭିତରେ ଦାବି ପୂରଣ ନହେଲେ ରାଜ୍ୟରେ କାର୍ଯ୍ୟରତ ଡାକ୍ତର ସମୂହ ଇସ୍ତଫା ପ୍ରଦାନ କରିବା ନେଇ ନିଷ୍ପତି ହୋଇଛି I

ଏହି ଅଧିବେଶନ ରେ ରାଜ୍ୟ ସଭାପତି ଡ଼ା କିଶୋର ଚନ୍ଦ୍ର ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ, ଡ଼ା ସଂଜୀବ କୁମାର ପ୍ରଧାନ, ଉପସଭାପତି ଡ଼ା ଆଶିଷ ଦିକ୍ଷିତ, ଡ଼ା ମାନସ ପାଣି, ଡ଼ା ଶୁଭ୍ରାଂଶୁ ପରିଡା, ଉପଦେଷ୍ଟା ଡ଼ା ନିହାର ରଞ୍ଜନ ତ୍ରିପାଠୀ, ସେଣ୍ଟ୍ରାଲ ୱାର୍କିଙ୍ଗ କମିଟ ସଭ୍ୟ ଡ଼ା କ୍ଷେତ୍ରମୋହନ କାଣ୍ଡ, ଡ଼ା ଜ୍ୟୋତି ପ୍ରସାଦ ସାହୁ, ଡ଼ା ସଂଜିତ ସେଠି, ଡ଼ା ଗୁରୁଦାସ ମହାପାତ୍ର ପ୍ରମୁଖ ଯୋଗଦେଇ ଦିନତମାମ ବିଭିନ୍ନ ପ୍ରକାରର ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ନିଜର ପ୍ରତିକ୍ରିୟା ରଖିଥିଲେ l