March 18, 2026

Utkal Sambad

‘ଓଡିଏମ୍‌’ ସମୂହର ଅଧ୍ୟକ୍ଷ ଡ. ସତ୍ୟବ୍ରତ ସିବିଏସ୍‌ଇ ଦିଲ୍ଲୀ ଗଭର୍ନିଂ ବଡିର ସଦସ୍ୟ ମନୋନୀତ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆ ନିକଟସ୍ଥ ‘ଓଡିଏମ୍‌’ ସମୂହର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ ବା ସିବିଏସ୍‌ଇ)ର ଦିଲ୍ଲୀ ଗଭର୍ନିଂ ବଡି ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିସ୍ତୃତ ସୂଚନା ପ୍ରଦାନ ସହ ବିଜ୍ଞପ୍ତି ଜରିଆରେ ଡ.ସତ୍ୟବ୍ରତ ସିବିଏସ୍‌ଇ ଦିଲ୍ଲୀ ଗଭର୍ନିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି ବୋଲି ସିବିଏସ୍‌ଇ ପକ୍ଷରୁ ଓଡିଏମ୍‌ ସମୂହକୁ ସୂଚନା ଦିଆଯାଇଛି। ଭାରତବର୍ଷର ୪ଜଣ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ ହେବା ସମଗ୍ର ଓଡ଼ିଶା ପାଇଁ ଏକ ବୃହତ୍ତର ଗର୍ବ ଓ ଗୌରବର ବିଷୟ ବୋଲି ଓଡିଏମ୍‌ ସମୂହ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।